କୋଭିଡ ପରିଚାଳନାରେ ନୟାଗଡ଼ ଜିଲ୍ଲାପାଳଙ୍କ ପ୍ରଶଂସନୀୟ ଉଦ୍ୟମ ସହ କର୍ତ୍ତବ୍ୟନିଷ୍ଠା

ନୟାଗଡ଼ ଜିଲ୍ଲାରୁ ଆକ୍ରାନ୍ତ ୨୮୫, ସୁସ୍ଥ ପୁଣି ୧୨୫

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ନୟାଗଡ :- ନୟାଗଡ଼ ଜିଲ୍ଳାରେ ଗତ ସୋମବାର ସୁଦ୍ଧା ୨୮୫ ଜଣ ଆଉ ନୂଆ କରୋନା ସଂକ୍ରମିତ ହୋଇଥବାବେଳେ ମଙ୍ଗଳବାର ସୁଦ୍ଧା ପୁଣି ୧୨୫ ଜଣ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜଣାପଡିଛି | ତେବେ ନୟାଗଡ଼ ଜିଲ୍ଲାର ୨0 ଟି କେନ୍ଦ୍ରରେ ପଇଂଚାଳିଶି ବର୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ବୁଧବାର କୋଭିଡ ଟିକାର ପ୍ରଥମ ଡୋଜ ଦିଆଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି |

ନୟାଗଡ଼ ମୁଖ୍ୟ ସହରରେ ସକାଳ ୭ ଘ. ରୁ ସକାଳ ୧୧ ଘ. ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବେଳେ ସାମାଜିକ ଦୂରତ୍ୱ ପ୍ରତି କେହିହେଲେ ଦୃଷ୍ଟି ଦେଉଥିବା ପରି ମନେ ହେଉନି | ଏପଟେ ନୟାଗଡ଼ ବନଖଣ୍ଡ ଅଧିକାରୀ ନିଜ ବାସ ଭବନକୁ କୋଭିଡ କେୟାର ସେଣ୍ଟର ଭାବେ ଘୋଷଣାକୁ ସାଧାରଣରେ ଡ଼ିଏଫଓ ଶ୍ରୀଯୁକ୍ତ ଧନନ୍ଧିରେଙ୍କ ତ୍ୟାଗପୁତ ମନୋବୃତିକୁ ସମଗ୍ର ଜିଲ୍ଲାରେ ପସନ୍ଦ କରାଯାଇଛି | ତେବେ ନୟାଗଡ଼ରେ କ୍ରମାଗତ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି କେହି ଭୟଭୀତ ହୁଅନ୍ତୁ

ନାହିଁ କି କୋଭିଡ ସମ୍ପର୍କିତ କୌଣସି ଗୁଜବରେ ବିଶ୍ୱାସ ନକରି କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଯେଉଁ ମାର୍ଗ ଦର୍ଶିକା ଜାରି କରୁଛି ତାକୁ ଜିଲ୍ଲାବାସୀ ଅକ୍ଷରେ ଅକ୍ଷରେ ଅନୁପାଳନ କଲେ ଜିଲ୍ଲାରୁ କରୋନା ନିଶ୍ଚିତ ହଟିବ ଆଉ ଆମେ ପୁନର୍ବାର ପୂର୍ବପରି ଏକ ସ୍ୱାସ୍ଥ୍ୟବାନ ସୁଖପ୍ରଦ ଜୀବନ ବିତାଇବାକୁ ନିଶ୍ଚିତ ସମର୍ଥ ହେବା ବୋଲି ଜିଲ୍ଳାପାଳ ଡ଼. ପୋମା ଟୁଡୁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି |

ଠାରେ ସୂଚନା ଯୋଗ୍ୟ ଜିଲ୍ଲାପାଳ ଡ଼. ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟେକ ଦିନ ଜିଲ୍ଲାରେ କୋଭିଡର ପରିଚାଳନା ସୁବ୍ୟବସ୍ଥିତ ଢଙ୍ଗରେ ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀଙ୍କ ସକ୍ରିୟ ସହଯୋଗରେ ଚାଲିବା ସହ ଘନଘନ କୋଭିଡ ସଂକ୍ରମଣକୁ ହଟାଇବା ପାଇଁ ଜିଲ୍ଳାପାଳ ନିଜେ ସମୀକ୍ଷା ବୈଠକ କରୁଥିବାରୁ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବାସହ ସଂକ୍ରମଣ ସଂଖ୍ୟା କାମୁଥିବା ଲକ୍ଷ କରାଯାଉଛି |  (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version