ନିଷ୍ଠା ପରିବାର ତରଫ ରୁ ଗ୍ରାମାଞ୍ଚଳ ରେ ଜନ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ବରଗଡ :- ସାରା ଦେଶ ଆଜି କରୋନା ର ଦ୍ବିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଆମ ନିଷ୍ଠା ପରିବାର ତରଫ ରୁ ଆଜି ସକାଳୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର କରୋନା ସଚେତନତା ବାର୍ତା ର ଚତୁର୍ଥ ପର୍ଯ୍ୟାୟରେ କୁରୁଆଁ,ପାତରପାଲି, ଗଣ୍ଡପାଲି,ଆନ୍ଧ୍ର ଡେରା,ତୋରା,ପ୍ରଧାନ ଟିକ୍ରା,ଷାଣ୍ଢ ଟିକ୍ରା,ସାହୁ ଟିକ୍ରା ଗାଁ କୁ ଯାଇ କରୋନା  ସଚେତନତା କାର୍ଯ୍ୟକ୍ରମ କରିଥିଲା ଟିମ୍ ନିଷ୍ଠା । ଗାଁ ଗାଁ କୁ ଯାଇ ଲିଫଲେଡ ଓ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।

କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ଅବହେଳା ନ ହୋଇ କରୋନା ପରୀକ୍ଷଣ କରିବା,ମାସ୍କ ପିନ୍ଧିବା, ଅଯଥା ରେ ଭିଡ ନକରିବା, ତାସ ଖେଳ ରୁ ନିବୃତ ରହିବା,ରୋଗୀ ଙ୍କୁ ଘୃଣା ନ କରିବା ଓ ଅନ୍ଯାନ୍ଯ ବିଷୟରେ ସଚେତନ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସୁଚନା ଦେଇଥିଲୁ। ତା ସହ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଚାଲିଥିବା ଆମ ନିଷ୍ଠା ପରିବାର ର ଦିବା ରାତ୍ର ସେବା ର ମୋବାଇଲ ନମ୍ବର ରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅବଗତ କରିଥିଲୁ ।

ଏହି କାର୍ଯ୍ୟକ୍ରମ ରେ କୁରୁଆଁ ଗ୍ରା:ପର ସରପଞ୍ଚ ପ୍ରତିନିଧି ଜଗବନ୍ଧୁ କଲତା,ଦିପକ ଦେହେରୀ, ତୋରାର ସତ୍ୟଜିତ ସାହୁ, ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,ଉପସଭାପତି କ୍ଷୀରୋଦ୍ର ସାହୁ,ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ଲୋକନାଥ ସାହୁ,ତ୍ରୀମଲ ସାହୁ ଓ ଅନ୍ଯ ସଦସ୍ଯ ମାନେ  ସକ୍ରିୟ ଅଂଶଗ୍ରହଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ) 

Exit mobile version