ଝାରବନ୍ଧ ଜୁନିୟର କଲେଜ ରେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପଦ୍ମପୁର :- ଝାରବନ୍ଧ ସ୍ଥିତ ଜୁନିୟର କଲେଜ ରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାହୁ ମହାମରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁ ଗତବର୍ଷ ଲକ୍ ଡାଉନ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ମଙ୍ଗଳ ନିମିତ୍ତ ଏକ

“ପ୍ରମୋଦ ସାର” ନାମରେ ଏକ ନିଶୁଳ୍କ ୟୁଟୁବ ଚ୍ୟାନେଲ ଖୋଲି ପ୍ରାୟତଃ ଷାଠିଏ ଟି ଭିଡ଼ିଓ ଅପଲୋଡ କରିଥିଲେ । ଏହାକୁ ଓଡ଼ିଶା , ଭାରତ ଓ ବିଦେଶ ରୁ ହଜାର ହଜାର ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି । ଏଥିରେ ଗ୍ରନ୍ଥାଗାର ଚିନ୍ତାମଣି ମିଶ୍ର , ବେଣୁଧର ପାଣିଗ୍ରାହୀ , ଛତ୍ରପାଲ ଗିରି , କୁମୁଦ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ । ଶେଷ ରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )

  

Exit mobile version