ନୂଆଗାଁ ପୁଲିସ୍ ଦ୍ଵାରା ୨୦ କେଜି ଗଞ୍ଜେଇ ଜବତ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ପୁଲିସ୍ ପକ୍ଷରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ବୁଲେଟ୍ ଓ ସ୍କୁଟି ଜବତ କରାଯାଇଛି।ସୂଚନା ଅନୁଯାୟୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଲକ୍ଷ୍ମଣ ଶବ ର,କୁମାର ବାପି ବେହେରା ,ମଞ୍ଜୁ ବେହେରା, ଓ ସୁଶାନ୍ତ ବେହେରା ଫୁଲବାଣୀ ରୁ ଏକ ବୁଲେଟ ଓ ସ୍କୁଟି ଦ୍ଵାରା ଗଞ୍ଜେଇ ନେଇ ଯାଉଥିବା ବେଳେ ନୂଆଗାଁ ଥାନା ଅଧିକାରୀ ରମେଶ କୁମାର

ଦେବତା ପେଟ୍ରୋଲିଂ କରୁଥିବା ସମୟରେ ଜବତ କରି ଗିରଫ କରିଥିବା ଥାନା ଅଧିକାରୀ କହିଛନ୍ତି।ଆଗାମୀ ଦିନରେ କୌଣସି ଅପରାଧ ମୂଳକ କାର୍ଯ୍ୟ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version