Home ଓଡ଼ିଶା ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ – ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଆଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଯୁବକଯୁବତୀଙ୍କୁ ଅଧିକ ଦକ୍ଷ କରି ତୋଳିବା ସହିତ ସେମାନଙ୍କର ଗବେଷଣା ଲବ୍ଧ ଜ୍ଞାନ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାନବ ସମାଜ ଦିନକୁ ଦିନ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେଉଛି । କୋଭିଡ୍-୧୯ ପରି ମହାମାରୀ ଯୋଗୁ ସାରା ବିଶ୍ୱ ଏକ ଅସ୍ୱଭାବିକ ପରିସ୍ଥିତି ଦେଇ ଗତି କରୁଛି । ଏଥି ସହିତ ଆମ ରାଜ୍ୟକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି କ୍ଷେତ୍ରରେ ଗବେଷଣା ଲବ୍ଧ ଜ୍ଞାନ ଯେପରି ମାନବ ସମାଜର କଲ୍ୟାଣ ସାଧିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ସେଥି ନିମନ୍ତେ ଯୁବ ଗବେଷକମାନେ ବିଶେଷ ଧ୍ୟାନ ଦେବା ଉଚିତ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ରାଜ୍ୟ ମସିହାରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍ ଫଣ୍ଡ ପ୍ରଦାନ ଓ ଏନ୍ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍ ୪ ବର୍ଷ ନିମନ୍ତେ ପ୍ରଦାନ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛିି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ା ୨୦୨୦ ବର୍ଷ ନିମନ୍ତେ ଏହି ଯୋଜନାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପାଇଥିବା ୧୬୬ଟି ଗବେଷଣା ପ୍ରସ୍ତାବ ଏଥି ମଧ୍ୟରୁ ୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇ ୧୦୬ଟି ପ୍ରସ୍ତାବକୁ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସେଥି ମଧ୍ୟରୁ ୪୦ଟି ପ୍ରସ୍ତାବକୁ ସିଡ୍ ରିସର୍ଚ୍ଚ ଫଣ୍ଡ ପ୍ରଦାନ ନିମନ୍ତେ ଅନୁମୋଦନ କରାଯାଇଥିଲା । ଏଥିରେ ୧୫ଟି ପ୍ରକଳ୍ପ ବିଜ୍ଞାନ ସମ୍ମନ୍ଧୀୟ ଗବେଷଣା ହୋଇଥିବାବେଳେ ୬ଟି ଇଂଜିନିୟରିଂ, ୧୨ଟି ସାମାଜିକ ବିଜ୍ଞାନ, ୨ଟି ବାଣିଜ୍ୟ ଓ ବ୍ୟବସାୟ ଏବଂ ୫ଟି ଭାଷା ସମ୍ବନ୍ଧୀୟ ଗବେଷଣାକୁ ଅନୁମୋଦନ କରାଯାଇଥିଲା ା ସେହିପରି ୨୦୨୦ରେ ପିଏଚ୍ଡି ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ୫୭ଟି ଆବେଦନପତ୍ର ମିଳିଥିବାବେଳେ ଫେଲୋସିପ୍ ନିମନ୍ତେ ୩୭ଟି ଆବେଦନକୁ ଅନୁମୋଦନ କରାଯାଇଥିଲା ା ଏହି ପୂର୍ଣ୍ଣକାଳୀନ ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୧୫ ହଜାର ଟଙ୍କା ଫେଲୋସିପ୍ ଏବଂ କଣ୍ଟିଜେନ୍ସି ବାବଦକୁ ବାର୍ଷିକ ୧୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ୩୭ ଜଣ ରିସର୍ଚ୍ଚ ଫେଲୋସିପ୍ ମଧ୍ୟରୁ ୧୫ ଜଣ ବିଜ୍ଞାନରେ, ୧୩ ଜଣ ସାମାଜିକ ବିଜ୍ଞାନ, ୨ ଜଣ ବାଣିଜ୍ୟ ଏବଂ ୭ ଜଣ ଭାଷା ଓ ସାହିତ୍ୟ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ବୈଠକର ମୂଳ ଆଭିମୁଖ୍ୟ ଥିଲା ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କୁ ସେମାନଙ୍କ ଗବେଷଣା ନିମନ୍ତେ ପ୍ରୋତ୍ସାହିତ କରିବା । ବୈଠକ ପ୍ରାରମ୍ଭରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କୋଭିଡ୍ ମହାମାରୀ ସତ୍ତେ୍ୱ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ପ୍ରୋତ୍ସାହନ ଯୋଜନାର ଅଗ୍ରଗତି ଆଶାନୁରୂପ ହୋଇପାରିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପ୍ରଫେସର ସୁସ୍ମିତ ପ୍ରସାଦ ପାଣି, ପ୍ରଫେସର ଅତନୁ କୁମାର ପତିଙ୍କ ସମେତ ରିସର୍ଚ୍ଚ ସ୍କଲାରମାନେ ସେମାନଙ୍କ ମତ ବିନିମୟ କରିଥିଲେ । Categories: ଓଡ଼ିଶା, ଦେଶ, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026 Corrosion-resistant steel solution designed for construction, infrastructure, manufacturing and engineering applications by Proprietor Abhimanyu Maharana September 10, 2026 Actress Ms. Sreeleela Unveils Kalyan Jewellers’ First Showroom in Rayagada by Proprietor Abhimanyu Maharana September 10, 2026 ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026