-
ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଇଫ୍କୋକୁ ଗବେଷଣା ଏବଂ ନାନୋ ୟୁରିଆ ତରଳ ପ୍ରଚଳନ କରିବାକୁ ପ୍ରୋତ୍ସାହିତ କରିଥିଲା
-
ଦକ୍ଷ ଓ ଫଳପ୍ରଦ ନାନୋ ୟୁରିଆ ତରଳ ସ୍ୱଦେଶୀ ସ୍ତରରେ ଇଫ୍କୋର ଗୁଜରାଟର କାଲୋଲସ୍ଥିତ ନାନୋ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଏନବିଆରସି) ଠାରେ ପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ବିକଶିତ କରାଯାଉଛି, ଯାହା ‘ଆମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ମୁତାବକ ହୋଇଛି
-
ଗୋଟିଏ ୫୦୦ ମିଲିଲିଟର ନାନୋ ୟୁରିଆ ବୋତଲ ଅନ୍ୟୂନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ
-
ଅଧିକ ପୋଷକ ବ୍ୟବହାର ସାମର୍ଥ୍ୟ ସହିତ ଉଦ୍ଭିଦ ପୁଷ୍ଟିସାଧନ ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନ ଏବଂ ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ହ୍ରାସ କରିବ
-
ଭୂତଳ ଜଳ ମାନ ଉପରେ ବିପୁଳ ପ୍ରଭାବ, ବିଶ୍ୱ ତାପାୟନ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ତଥା ନିରନ୍ତର ବିକାଶ ଉପରେ ସକାରାତ୍ମକ ପ୍ରଭାବ
-
ଚାଷରେ କମ୍ ଖର୍ଚ୍ଚ ସହିତ କୃଷିଜାତ ସାମଗ୍ରୀର ମାନଗତ ଉନ୍ନତିସାଧନ ଏବଂ ଶସ୍ୟ ଅମଳରେ ହାରାହାରି ୮% ବୃଦ୍ଧି
-
କୃଷକଙ୍କ ଆୟରେ ନିରନ୍ତର ବୃଦ୍ଧି . ଲଜିଷ୍ଟିକ୍ସ୍ ଏବଂ ଗୋଦାମ ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ କରିବ
ଇଫ୍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ
