ସମାଜସେବୀ ଓ ପ୍ରଶାସନ ସହଯୋଗ ରେ ରାସ୍ତା କଡରେ ପଡ଼ି ରହିଥିବା  ଅଜଣା ଶବ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ବାଙ୍କୀ :- ଆଜି ବାଙ୍କୀ ମୁଖ୍ୟ ବଜାର ନିକଟ ମେଡ଼ିକାଲ ଛକ ରେ ଏକ ଅଜଣା ଶବ ରାସ୍ତା କଡରେ ଏକ ଦୋକାନ ବାରଣ୍ଡାରେ ପଡିରହି ଥିଲା।ଉକ୍ତ ବାଟଦେଇ ଲୋକେ ଯିବା ଆସିବା କରୁଥିଲା ବେଳେ କେହି ଶବକୁ ଦେଖି ପ୍ରଶାସନ କି ପୋଲିସ କୁ ଖବର ଦେଇନଥିଲେ ସତେ ଯେମିତି ଲୋକଙ୍କ ମାନବିକତା ମରିଯାଇଥିଲା ବୋଲି ମନେ ହେଉଥିଲା । ଏ ସମ୍ପର୍କରେ   ଖବର ବାଙ୍କୀ ରେ ପ୍ରଚାରିତ ହେବା ପରେ ଘଟଣା ସମ୍ପର୍କରେ ଖବର  ପାଇ ବାଙ୍କୀ ର ସାମାଜିକ କର୍ମୀ ତଥା ପ୍ରଗତିବାଦୀ ର ସାମ୍ବାଦିକ ଗୌତମ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଘଟଣା ସ୍ଥଳରେ ଶବ ପଡିଥିବା ଦେଖି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କୁ ଫୋନ ରେ ଜଣାଇ ଥିଲେ । ଏଥି ସହ ଶ୍ରୀ ମିଶ୍ର ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ,ବାଙ୍କୀ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାସ ଙ୍କୁ ଜଣେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ଜେନା ବାଙ୍କୀ ପୋଲିସ କୁ ଘଟଣା ସ୍ଥଳକୁ ପଠେଇଥିଲେ । ପୋଲିସ ଉକ୍ତ ସ୍ଥାନରେ ବାଙ୍କୀ ଥାନା ଅଧିକାରୀ  ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ ଏସାଇ ସତ୍ୟ ସେନାପତି  ପହଞ୍ଚି ଶବ ର ଚିହ୍ନଟ ପାଇଁ ଚେଷ୍ଟା କରିଥିଲେ ।

ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଲା ଉକ୍ତ ବ୍ୟକ୍ତି ଜଣଙ୍କ ପୁରୀ ଜିଲ୍ଲା ଡେଲାଙ୍ଗ ପାଟପୁର ଗ୍ରାମ ର କେଶବ ବେହେରା ଙ୍କ ପୁଅ ଜଗା ବେହେରା (୫୧) । ମୃତ ଯୁବକ ଜଗା  ଜଣଙ୍କ ବାଙ୍କୀ  ଅଞ୍ଚଳରେ ନିଜ ଗ୍ରାମର କାଳିଆ ବେହେରାଙ୍କ ସହିତ  ରହି ନଡ଼ିଆ ଗଛରୁ ନଡ଼ିଆ ତୋଳି ନିଜର ଗୁଜୁରାଣ ମେଣ୍ଟାଉ ଥିବା ପ୍ରକାଶ କରିଛନ୍ତି ସହଯୋଗୀ କାଳିଆ । ଘଟଣା ସ୍ଥଳରେ ବାଙ୍କୀ ଏନଏସି ର ପରିମଳ ବିଭାଗ କର୍ମଚାରୀ ଦୀପକ ରାଜ ପହଞ୍ଚି ଜଗା ର  ଶବ କୁ ଦୁଇ ଜଣ କର୍ମଚାରୀ ଙ୍କୁ ପିପି କିଟ ପିନ୍ଧେଇ ବାଙ୍କୀ ଉପଖଣ୍ଡ ଚିକିତ୍ସାୟ କୁ ନେଇଥିଲେ । ଆସନ୍ତା କାଲି ଜଗା ର ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ  ପକ୍ଷରୁ ଜଣା ଯାଉଛି।ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣା ର ତଦନ୍ତ କରିବା ସହ ଜଗା ର ପରିବାର ଲୋକଙ୍କୁ ଫୋନ ଦ୍ୱାରା ସୂଚନା ଦେଇଛନ୍ତି । ଆସନ୍ତା କାଲି ଶବ ବ୍ୟବଛେଦ ହେବାପରେ ମୃତ୍ୟୁ ର କାରଣ ଜଣା ଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ବାଙ୍କୀ ର ବହୁ ବୁଦ୍ଧିଯିବି ଓ ଜନସାଧାରଣ ଶ୍ରୀ ମିଶ୍ର ,ବାଙ୍କୀ ଉପଜିଲାପାଳ ଶ୍ରୀ ଜେନାଓ ବାଙ୍କୀ ପୋଲିସ ଅଧିକାରୀ ଶ୍ରୀ ତ୍ରିପାଠୀ  ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।(ରିପୋର୍ଟ :ଗୌତମ ମିଶ୍ର )  

Exit mobile version