ମୋହନା ବ୍ଲକର ନୁତନ ସହକାରୀ ନିର୍ବାହୀ ଯନ୍ତ୍ରୀ କୋଦଣ୍ଡା ପାଣିଗ୍ରାହୀ ଙ୍କ ଦାୟୀତ୍ବ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ନୂତନ ସହକାରୀ ନିର୍ବାହୀଯନ୍ତ୍ରୀ ଭାବେ ଶ୍ରୀକୋଦଣ୍ଡl ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ଼, କାଶୀନଗର ବ୍ଲକରେ ଦୀର୍ଘ ପାଞ୍ଚ ବର୍ଷ କାର୍ଯ୍ୟ କରିବା ପରେ କଟକ ଜିଲ୍ଲାର ବାଙ୍କୀ ବ୍ଲକ କୁ ବଦଳି ହୋଇ ଯାଇଥିଲେ ।

ସେଠାରେ ସେ କିଛି ମାସ କାର୍ଯ୍ୟ କରିବା ପରେ ପୁଣି ଗଜପତି ଜିଲ୍ଲାର ମୋହନା ବ୍ଲକକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ବଦଳି ହୋଇ ଆସିଛନ୍ତି l ମୋହନା ଭଳି ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ପୁର୍ବରୁ ଜାରି ରହିଥିବା
ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ଵରାନିତ କରିବେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version