ବନ୍ୟାବିପନ୍ନଙ୍କୁ ଯୁବବିଜେଡି ନେତା ପ୍ରିତିରଞ୍ଜନ ସାହୁଙ୍କ ସାହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) କୋରାଇ :- ବାତ୍ୟା ‘ୟସ’ ଛାଡିଯିବା ପରେ ବୈତରଣୀରେ ଆସିଥିଲା ବନ୍ୟା । କୋରାଇ ବ୍ଲକର ଉତରରେ ପ୍ରବାହିତ ବୈତରଣନଦୀ ବନ୍ୟା ଯୋଗୁ ରଣପୁର, ଅସନଝର, ଗୌରପୁର, ମକୁନ୍ଦପୁର, ବନ୍ଦାଳୋ, ମୂଳାପାଳ, ବୁରୁଣ୍ଡାଇ ଆଦି ନଦୀ ପଠାବସୀ ହୋଇଥିଲେ ପ୍ରଭାବିତ ।

ବନ୍ୟାରେ ଚାଷ ବାସ ବୁଡି ରହିବା ଫଳରେ ଅନେକ ପରିବାର ହୋଇଥିଲେ ବିପନ୍ନ । ଏହି ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ତତ୍କାଳ ରିଲିଫ ପ୍ରାଦାନ କରାଯାଇନଥିଲା ବେଳେ ରାଜ୍ୟ
ଯୁବବିଜେଡିର ପୂର୍ବତନ ଉପସଭାପତି ପ୍ରିତିରଞ୍ଜନ ସାହୁ ସାହାୟତାର ହାତ ବଢାଇଛନ୍ତି ।

ସେ ନିଜ ସମର୍ଥକମାନଙ୍କ ଗହଣରେ ବନ୍ୟାଅଂଚଳର ବିପନ୍ନ ପରିବାରଙ୍କ ନିକଟରେ ପଂହଚି ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲା ବେଳେ ଘରଭାଙ୍ଗି ଯାଇଥିବା ଲୋକଙ୍କ ଜରିପାଲ ପ୍ରଦାନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶ୍ରୀ ସାହୁଙ୍କ ଠାରୁ ସହାୟତା ପାଇ ବିପନ୍ନ ଅଂଚଳବାସୀ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜଣାଇଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version