ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ଜେନେରେଟର୍ ଦାନ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ଭୁବନେଶ୍ୱର :- କରୋନା ଯୋଗୁଁ ଲକ୍ ଡାଉନ୍‌ ଚାଲିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାଲୁ ରହିଛି । ଚନ୍ଦନଯାତ୍ରା ବେଳେ ଡ଼ଙ୍ଗାରେ ଲାଗିଥିବା ଜେନେରେଟର ଖରାପ ଯୋଗୁଁ ଠାକୁର ଦୁଇ ଦିନ ଚାପ ଡ଼ଙ୍ଗା ଅନ୍ଧାର ରହିଥିଲା ।

ଏହା ଜାଣିବା ପରେ ପୁରୁଣା ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ମହାପାତ୍ର ଏକ ଶବ୍ଦ ବିହିନ ଜେନେରେଟର ମନ୍ଦିର ପ୍ରଶାସନକୁ ଦାନ କରିଥିଲେ । ଏବେ ଚାପ ଡ଼ଙ୍ଗାରେ ବିଦ୍ୟୁତ୍ ସଂଯୋଗ ହୋଇ ଚନ୍ଦନଯାତ୍ରା ହେଉଥିବାରୁ ସେବାୟତ ସାଧାରଣ ବ୍ୟକ୍ତି ଆଦିତ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version