
ଓଡ଼ିଶା ତାଜା ନ୍ୟୁଜ (୩୧ ମେ ସୋମବାର) ପୁରୀ :- ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି । ରଥର ନାହାକା ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି । ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।
