କରୋନା ପ୍ରଭାବିତ ୩୦ ବର୍ଷିୟ ଦିବ୍ଯାଙ୍ଗ ଙ୍କ ଶବ ସତ୍କାର କଲେ ବିଜେପି ନେତା

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ପଦ୍ମପୁର :- ପାଇକମାଲ ଗ୍ରାମର କରୋନା ପ୍ରଭାବିତ ଜଣେ ୩୦ ବର୍ଷିୟ ଦିବ୍ଯାଙ୍ଗ ରମେଶ ଦିକ୍ଷିତ ଙ୍କ ଅନ୍ତିମ ସଂସ୍କାର କଲେ ବିଜେପି ନେତା । ପାଇକମାଲ ଗ୍ରାମର ଶ୍ରୀ ବିଜୟ ଦିକ୍ଷିତ ଙ୍କ ୩୦ ବର୍ଷିୟ ଏକ ଦିବ୍ଯାଙ୍ଗ ପୁଅ ରମେଶ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଘରେ ଅସୁସ୍ଥ ହୋଇ ପଡି ରହିଥିଲେ । ପୂର୍ବରୁ ବାପା ବିଜୟ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ବରଗଡ ଖେଦାପାଲି ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ । ମାଁ ଶ୍ରୀମତୀ ବେଳମତୀ ଦିକ୍ଷିତ ମଧ୍ଯ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଆଜି ସକାଳେ ୭ ଘ.ସମୟରେ ରମେଶ ଙ୍କ ଦେହାନ୍ତ ହେବା ପରେ ଶବ ସତ୍କାର ପାଇଁ କେହି ସାହାସ କରି ନଥିଲେ ଏ ପରିକି ପାଇକମାଲରେ ଥିବା ତାଙ୍କ ଅନ୍ଯ ପରିବାର ର ଲୋକେ ମଧ୍ଯ ତାଙ୍କ ଘରକୁ ଆସି ନଥିଲେ । ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ବରେ ପାଇକମାଲ ହସ୍ପିଟାଲ ରେ ସେବା ହିଁ ସଂଗଠନ କାର୍ଯ୍ଯ ଚାଳିଥିବା ବେଳେ ଏ ଅସହାୟ ଅବସ୍ଥା ବିଷୟରେ ସୂଚନା ପାଇଥିଲେ ।

ତୁରନ୍ତ ଶ୍ରୀ ମିଶ୍ର ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ କାର୍ଯ୍ଯକାରୀ କମିଟି ସଦସ୍ଯ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ବିଜେପି ନେତା ଶ୍ରୀ ସତ୍ଯ ନାରାୟଣ ବେହେରା ଓ ନନ୍ଦ ଶ୍ରୀବାସ୍ତବ ପଦ୍ମପୁର ରୋଡ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଶ୍ରୀ ଦିକ୍ଷିତ ଘରକୁ ଯାଇ ରମେଶ ଙ୍କ ଶବ ଶତ୍କାର କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version