ଝାଉଁ ଓ ହେନ୍ତାଳ ଜଙ୍ଗଲ ହେଉଛି ଏକମାତ୍ର ରକ୍ଷାକବଚ

 “Coastal Shelterbelt Plantation”ଯୋଜନା ତୁରନ୍ତ କାର୍ଯ୍ୟକାରୀ ହେଉ – ଶ୍ରୀକାନ୍ତ ଜେନା

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ଭୁବନେଶ୍ୱର :- ବାତ୍ୟା ଯୋଗୁ ଓଡ଼ିଶାର ୩ଟି ଜିଲ୍ଲାର କିଛି ଗାଁରେ ସମୁଦ୍ରପାଣି ପସିଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲେଶ୍ୱର ସଦର ଏବଂ ବାଲିଆପାଳ ବ୍ଲକର କେତେଟି ଗାଁ ଓ ଭଦ୍ରକର ଚାନ୍ଦବାଲିର କେତୋଟି ଗାଁ ସମେତ କେନ୍ଦ୍ରାପଡ଼ାର ରାଜନଗରର କିଛି ଗାଁରେ ମଧ୍ୟ ଲୁଣିପାଣି ପସିଛି । ଯାହା ପୂର୍ବାନୁମାନ ଥିଲା ବାତ୍ୟା ଭୟଙ୍କର ରୂପ ନେବବୋଲି କିନ୍ତୁ ତାହା କ୍ରମେ ଦୁର୍ବଳ ହୋଇଥିଲା । ବାତ୍ୟାଞ୍ଚଳ ଗତକାଲି ପ୍ରଧାନମନ୍ତ୍ରୀ ଆସି ବୁଲିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ତା’ପୂର୍ବରୁ ଆକାଶ ମାର୍ଗରୁ ଦେଖିଛନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମୁନ୍ଦ୍ରଜୁଆରରୁ କିପରି ଭବିଷ୍ୟତରେ ଲୋକଙ୍କୁ ରକ୍ଷା କରାଯାଇ ପାରିବ ସେ ଦିଗରେ ରାଜ୍ୟସରକାର ଏକ ଦୂରଗାମି ଖସଡ଼ା ପ୍ରସ୍ତୁତ କରିବେ । ଠିକ୍ ଏହିଭଳି ୨୦୧୬ରେ ମଧ୍ୟ ରାଜ୍ୟସରକାର କହିଥିଲେ । କିନ୍ତୁ ସେ ଦିଗରେ କିଛି କାର୍ଯ୍ୟକ୍ରମ ନିଆଗଲା ନାହିଁ ।

ସମୁନ୍ଦ୍ରକୁଳ ଅଞ୍ଚଳରେ ଅନ୍ଧାଧୁନ ଜଙ୍ଗଲ କଟା ଚାଲିଛି । ଯଦ୍ୱାରା ସମଗ୍ର ଉପକୁଳ ଅଞ୍ଚଳର ପରିବେଶ (Eco Imbalance) ଏତେ ଖରାପ ହୋଇଛି ଯେ ଯାହାର କୁପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି । ହେନ୍ତାଳ ଜଙ୍ଗଲ(Mangrove Forest) କେବଳ ଭିତରକନିକା (Sanctuary) ବ୍ୟତିତ ଅନ୍ୟ ସ୍ଥାନରେ ଏକପ୍ରକାର ଧ୍ୱଂସ । ଏହା ସବୁଠୁ ବଡ଼ ପ୍ରାକୃତିକ ପ୍ରାଚୀର ସମୁନ୍ଦ୍ର କୁଳର । ସରକାର ଏଦିଗରେ ଏକ ଠୋସ୍ କାର୍ଯ୍ୟକ୍ରମ(Sanctuary) ହାତକୁ ନିଅନ୍ତୁ । “ଝାଉଁ ଓ ହେନ୍ତାଳ ଜଙ୍ଗଲ ସବୁଠୁ ବଡ଼ ରକ୍ଷାକବଚ । ଚିଙ୍ଗୁଡ଼ି ଚାଷକୁ ନିୟନ୍ତ୍ରିତ କରିବାକୁ ରାଜ୍ୟସରକାର ଏକ ଜରଶଙ୍କକ୍ଷବ ଗଠନ କରାନ୍ତୁ । ଯାହା ଫଳରେ ପରିବେଶକୁ ନଷ୍ଟନକରି ଚିଙ୍ଗୁଡ଼ି ଚାଷ(Aquaculture)ଠିକ୍ ଭାବେ ହୋଇପରିବ । ଜଙ୍ଗଲ ଜମି ଓ ସରକାରୀ ଜମିରେ ପୁନଃ ଜଙ୍ଗଲ ସୃଷ୍ଟି ନକଲେ ଆଉ ଯେତେ ଯାହା କଲେବି କିଛି ବିଶେଷ କାମ ଦେବନାହିଁ । କଂକ୍ରିଟ ପାଚେରୀ କଲେବି ତା ‘ମଧ୍ୟ ରହିବନାହିଁ । ବରଂ  “ଜଳନିସ୍କାସନ” ‘ରେ ବାଧା ହେବ । ଦେଶର ପରିବେଶବିତ୍ ମାନେ ବାରମ୍ବାର ସରକାରଙ୍କୁ ଏକଥା କହି ଆସିଛନ୍ତି । ମୋର ବିଶ୍ୱାସ ରାଜ୍ୟସରକାର ତୁରନ୍ତ ବ୍ୟାପକ ଝାଉଁ ଓ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଲେହିଁ ପ୍ରକୃତ ହେବ ।

୧୯୭୧ ମହାବାତ୍ୟା ଅତି ଭୟଙ୍କର ଥିଲା । ୧୦ହଜାରରୁ ଅଧିକ ଲୋକ ସେତେବେଳେ ପ୍ରାଣ ହରାଇଥିଲେ । ହଜାର ହଜାର ଗୋରୁ-ଗାଇ ମରିଥିଲେ । ରାଜ୍ୟରେ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ସରକାର ସେତେବେଳେ ଥିଲା । ବିଜୁବାବୁଙ୍କ(ବିଜୁ ପଟ୍ଟନାୟକ) ନିର୍ଦ୍ଦେଶରେ ଏକ ଦୀର୍ଘ କାଳୀନ ଯୋଜନା ପ୍ରସ୍ତୁତ ହୋଇଥିଲା । ତାଥିଲା “Coastal Shelterbelt Plantation Program” ଯୋଜନା । ଓଡ଼ିଶାର ୪୮୦କି.ମି. ସମୁନ୍ଦ୍ରକୁଳରେ ୧କି.ମି. ଚଉଡ଼ାରେ ଅର୍ଥାତ୍ ୪୮୦ବର୍ଗ କିଲୋମିଟରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ୪୮୦୦୦ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବର୍ତ୍ତମାନ ତା ବନ୍ଦ ହୋଇଯାଇଛି । ସେହି କାର୍ଯ୍ୟକ୍ରମକୁ ପୁଣିଥରେ ରାଜ୍ୟସରକାର ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାନ୍ତୁ । ଏଥିପାଇଁ ଅତିବେଶୀରେ ୨୫୦କୋଟି ଟଙ୍କା ଖର୍ଚ୍ଚ ହେବ (ହେକ୍ଟର ପିଛା ୫୦ହଜାର ହିସାବରେ) । ହଜାର ହଜାର ଲୋକେ କାମ ପାଇବେ ଓ ସମଗ୍ର ଉପକୂଳ ଅଞ୍ଚଳକୁ ବାତ୍ୟାର ତାଣ୍ଡବରୁ ରକ୍ଷା କରିହେବ ।

Exit mobile version