ପ୍ରଶାସନ ପକ୍ଷରୁ ନିସ୍ତିପୁର ଗ୍ରାମ ତନଖି

 ଓଡ଼ିଶା ତାଜା ନ୍ୟୁଜ୍ (୨୯ ମଇ,ଶନିବାର ) ବାଙ୍କୀ :- ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ନିର୍ଦ୍ଦେଶ ରେ ଆଜି ଡମପଡା ତହସିଲଦାର କ୍ଷୀତିଶ ବେହେରା ଙ୍କ ତତ୍ୱାବଧାନରେ ତହସିଲ କର୍ମଚାରୀ ଦେବାଶିଷ ପଣ୍ଡା,ଲାଦରଯାଦବ ଗତ କାଲି ଠାରୁ ନିସ୍ତିପୁର ଗ୍ରାମ କଣ୍ଟେନ୍‌ମେଣ୍ଟ୍ ଜୋନ୍ ହୋଇଥିବା ରୁ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁଥିଲେ।ଉକ୍ତ ଗ୍ରାମରେ କରୋନା ଆକାନ୍ତ ସଂଖ୍ୟା ବୃଦ୍ଧି ହୋଉଥିବାରୁ କରୋନା କୁ ଚେକ ଦେବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ଉକ୍ତ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରିଥିଲେ।ଆଶା କର୍ମୀ ,

ଅଙ୍ଗନବାଡି କର୍ମୀ ଓ ସରପଞ୍ଚ ଙ୍କ ପ୍ରତିନିଧି ଅସିତ ଜେନା ଘର ଘର ବୁଲି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁଛନ୍ତି।କାହାର ଖାସ,ଜର ,ଥଣ୍ଡା ଦେଖା ଯାଉଛି ତାଙ୍କୁ ତୁରନ୍ତ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଔଷଧ ପ୍ରଦାନ କରୁଛନ୍ତି।କଣ୍ଟେନ୍‌ମେଣ୍ଟ୍ ଜୋନ୍  ରେ ଥିବା ଲୋକଙ୍କୁ ସରପଞ୍ଚ ପୁଷ୍ପଳତା ପରିଡା କରୋନା ସମ୍ପର୍କରେ ସଚେତନ କରି ଘରେ ରହିବାକୁ ଅନୁରୋଧ କରିଥିଲେ।(ରିପୋର୍ଟ -ଗୌତମ ମିଶ୍ର )

Exit mobile version