ରାତିରେ ପ୍ରଶାସନ ପକ୍ଷରୁ ରଗଡି କଣ୍ଟେନମେଣ୍ଟ ଯୋନ ସ୍ଥିତି ତନଖି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମଇ,ଶନିବାର ) ବାଙ୍କୀ :- ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀ ଅତିରିକ୍ତ ତହସିଲଦାର ନୀଳମାଧବ ମହାନ୍ତି ଆଜି ରାତିରେ ବାଙ୍କୀ ରଗଡ଼ି ଗ୍ରାମ ରେ ହୋଇଥିବା କଣ୍ଟେନମେଣ୍ଟ ଯୋନ ସ୍ଥିତି ପରଖି ଲେ। କଣ୍ଟେନମେଣ୍ଟ ଯୋନ ରେ ଲୋକେ କିପରି ଅଛନ୍ତି ତାହା ପଚାରି ବୁଝିବା ସହ ବାହାର ଲୋକେ ଯେମିତି ଗ୍ରାମ କୁ ପ୍ରବେଶ ନକରିବେ ସେ ସମ୍ପର୍କରେ ଲୋକମାନଙ୍କୁ ଅନୁରୋଧ କରିଥିଲେ ।

ପଞ୍ଚାୟତ ପକ୍ଷରୁ ତିନି ଗୋଟି ପ୍ରଵେଶ ଦ୍ୱାର ବାଉଁଶ ଦ୍ୱାରା ବନ୍ଧା ହୋଇ ଗାଁ ଭିତରୁ କାହାକୁ ବାହାରକୁ ଛଡ଼ା ଜାଉନାହିଁ।ଗ୍ରାମର ଯୁବ ବର୍ଗ ପାଳି କରି ତିନି ଗୋଟି ପ୍ରବେଶ ଦ୍ୱାର ଜଗି ଅଛନ୍ତି।ଅତିରିକ୍ତ ତହସିଲଦାର ଙ୍କ ସହ ଆରାଇ ଶ୍ୟାମଳେନ୍ଦୁ ସାହୁ ଓ ପ୍ରଭାସ ପରିଡା ଲୋକଙ୍କ ସ୍ଥିତି ପରଖି ସେମାନଙ୍କ କିପରି କିଛି ଅସୁବିଧା ନହେବ ସେ ସମ୍ପର୍କରେ ପଞ୍ଚାୟତ ର କର୍ମଚାରୀ ଙ୍କୁ କହିଥିଲେ । (ରିପୋର୍ଟ -ଗୌତମ ମିଶ୍ର )

Exit mobile version