ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ପର୍ଯ୍ୟାୟକ୍ରମେ ସମସ୍ତ କାରଖାନାରେ ଉତ୍ପାଦନ ପୁନର୍ବାର ଆରମ୍ଭ ଲକ୍‌ଡାଉନ୍‌ରେ ଥିବା ଡିଲରଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ଭୁବନେଶ୍ୱର :- ପର୍ଯ୍ୟାୟ କ୍ରମେ ବ୍ୟବସାୟ ଜାରି ରଖିବା ସହ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହାର ରାଜସ୍ଥାନ, ହରିୟାଣା, ଗୁଜୁରାଟ ଓ କର୍ଣ୍ଣାଟକରେ ଥିବା ସମସ୍ତ କାରଖାନାରେ ଉତ୍ପାଦନ ପୁନର୍ବାର ଆରମ୍ଭ କରିଛି । ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ଥିବା ସ୍ୱୀକୃତିପ୍ରାପ୍ତ ଡିଲରମାନଙ୍କ ପାଇଁ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନରେ ୩୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ରେ ଥିବା ଡିଲରମାନଙ୍କ ଇନଭେଂଟୋରିର ସମସ୍ତ ସୁଧ କଂପାନ ବହନ କରିବ । ଏହି ଅବସରରେ ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ରାଜ୍ୟଗୁଡ଼ିକ ଜାରି କରିଥିବା ସମସ୍ତ କୋଭିଡ୍‌-୧୯ ଓ ଲକ୍‌ଡାଉନ୍ ନିୟମକୁ ପାଳନ କରି ପର୍ଯ୍ୟାୟକ୍ରମେ ଆମେ ଆମର ସମସ୍ତ ୪ଟି କାରଖାନାରେ ଉତ୍ପାଦନ ପୁନର୍ବାର ଆରମ୍ଭ କରିଛୁ । ଦେଶରେ ସୁଧାରର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଥିବା ବେଳେ ଆମେ ଅତି ନିକଟରୁ ସ୍ଥିତି ଉପରେ ନଜର ରଖିବୁ ଏବଂ ଆମର ସମସ୍ତ ଅଂଶୀଦାରଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଆଗକୁ ବଢ଼ିବୁ ।

’’ ଏହି ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏହି କଠିନ ସମୟରେ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପ୍ରତ୍ୟକ୍ଷ ଭାବେ ଏହାର ଡିଲରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି । ଆମର ବିଶ୍ୱାସ ରହିଛି ଯେ ୩୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଲକ୍‌ଡାଉନ୍‌ରେ ଥିବା ଡିଲରମାନଙ୍କ ପୁରୁଣା ଇନଭେଂଟୋରି ଉପରେ ସମ୍ପୂର୍ଣ୍ଣ ସୁଧ ସହାୟତା ସେମାନଙ୍କ ତତ୍କାଳ ବ୍ୟବସାୟ ଜାରି ରଖିବା ଚିନ୍ତା ଦୂର କରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ବ୍ୟତୀତ କୋଭିଡ୍‌-୧୯ ଟିକାକରଣରେ ସକାରାତ୍ମକ ପ୍ରବାହ ଜାରି ରହିଛି । ସ୍ଥିର ଓ ପ୍ରଭାବଶାଳୀ ପରିଚାଳନା ପାଇଁ ଏଚ୍‌ଏମ୍‌ଏସଆଇ ଏହାର ସମସ୍ତ ବ୍ୟବସ୍ଥାରେ ଆଗକୁ ବଢ଼ୁଛୁ । ନିକଟ ଭବିଷ୍ୟତରେ ବିଭିନ୍ନ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର କଟକଣା କୋହଳ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ଆମର ଗ୍ରାହକମାନଙ୍କୁ ସେବା ଚଜଋଝଝ ଜଋଖଋଇଝଋ ପ୍ରଦାନ କରିବା ଲାଗି ଆମେ ପର୍ଯ୍ୟାୟକ୍ରମେ ସତର୍କତାର ସହ ଆଗକୁ ବଢ଼ୁଛୁ ।’’ କଂପାନି ଗ୍ରାହକମାନଙ୍କ ଲାଗି ଫ୍ରି ସର୍ଭିସ୍ ଓ ୱାରେଂଟିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଯେଉଁମାନଙ୍କର ୱାରେଂଟି ଓ ଫ୍ରି ସର୍ଭିସ୍ ଏପ୍ରିଲ୍ ୧ ଓ ଜୁଲାଇ ୩୧ରେ ଶେଷ ହେଉଥିଲା ସେମାନେ ଲାଭ ପାଇବେ

Exit mobile version