ଯୁବ ଶକ୍ତି ସଂଗଠନ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ରଣପୁର :- ଦେଶରେ କରୋନା ମହାମାରୀ ସମୟରେ ସମସ୍ତ ଜୀବନ ଜୀବିକା ବିପନ୍ନ ହୋଇପଡିଥିବା ବେଳେ କେତେକ ସମାଜସେବୀ ସଂଗଠନ ଅସହାୟ ଲୋକଙ୍କ ସହାୟତା ନିମନ୍ତେ ହାତ ବଢ଼ାଇଛନ୍ତି । ସେହିଭଳି ନୟାଗଡ଼ ଜିଲ୍ଲା ଯୁବ ଶକ୍ତି ସଙ୍ଗଠନ ପକ୍ଷରୁ କିଛି ସ୍ବେଚ୍ଛାସେବୀ ଯୁବକ କିଛି ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଦ୍ରବ୍ଯ ବଣ୍ଟନ କରିଥିଲେ ।

ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ର ବନ୍ଧମୁଣ୍ଡା ଓ ଶିରିପୁର ଗ୍ରାମରେ ୬୦ ରୁ ଉର୍ଦ୍ଧ୍ବ ପରିବାର ମଧ୍ୟରେ କିଛି ଶୁଖିଲା ଖାଦ୍ୟ , ମାସ୍କ ବଣ୍ଟନ କରିବା ସହିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ କୋଭିଡ଼ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ମହାମାରୀ ସମୟରେ ଲୋକ ଙ୍କୁ କିଛି ଖାଦ୍ୟ ସାମଗ୍ରୀ ସହିତ ମାସ୍କ ଏବଂ ସାବୁନ ପ୍ରଦାନ କରିଥିଲେ । ଏଥିରେ ଯୁବ ଶକ୍ତି ର ପ୍ରତିଷ୍ଠାତା ଦୀପକ କୁମାର ଜେନା , ପ୍ରେସିଡେଣ୍ଟ ବିଦ୍ୟାଧର ଗୁରୁ , ସେକ୍ରେଟରୀ ସତ୍ୟ ସାହିଲ ମହାପାତ୍ର ଙ୍କ ସମେତ ସଙ୍ଗଠନ ର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version