ଲକଡ଼ାଉନ ଯୋଗୁଁ ମିଳୁନି କାମ ; ଆର୍ଥୀକ ଅନଟନରେ ଚିତ୍ରକର

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ହିଞ୍ଜିଳିକାଟୁ :-  ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ, ସପ୍ତାହନ୍ତ ସଟନାଉନ ସମେତ ଲକଡ଼ାଉନ ଜାରି ରଖିଛନ୍ତି । ଏଭଳି ଦୁର୍ଦିନ ସମୟରେ ନିଜ ତୂଳୀରେ ଛବି ସୁନ୍ଦର ସୁନ୍ଦର ଆଙ୍କି ଅନ୍ୟର ମନକୁ ମୋହ କରୁଥିବା ଚିତ୍ରକର ମାନେ କାମ ଅଭାବରୁ ଆର୍ଥୀକ ଅନଟନର ଶୀକାର ହେବା ସହ ପରିବାର କିପରି ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ମହାମାରୀ କରେନା ସଂକ୍ରମଣ ଯୋଗୁଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ବନ୍ଦ କରିବା ସହ ସାଂସ୍କୃତିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମକୁ ଏକ ପ୍ରକାରର ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯଦ୍ୱାରା ଚିତ୍ରକର ମାନେ ଏଭଳି ସମୟରେ ସରକାରୀ କିମ୍ବା ବେସରକାରୀ ସଚେତନତା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉନାହିଁ ।

ଏଭଳି ସ୍ଥିତିରେ ରୋଗଜାର ଅଭାବରୁ ପରିବାର ପ୍ରତିପୋଷଣ କିଭଳି କରିବେ ସେ ନେଇ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଚିତ୍ରକର ମାନେ ଚିନ୍ତାରେ ରହିଛନ୍ତି । ସ୍ଥାନୀୟ ଅଂଚଳର ଚିତ୍ରକର ମାନେ ନିଜ ଯାଦୁକାରୀ ହାତରେ ତୂଳୀର ସ୍ପର୍ଶରେ ସୁନ୍ଦର ସୁନ୍ଦର ଛବି ଆଙ୍କି ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ବର୍ତମାନ ସବୁ କିଛି ବନ୍ଦ ହୋଇଯାଇଛି । ସ୍ଥାନୀୟ ଅଂଚଳର ବହୁ ଚିତ୍ରକର ଏଭଳି ଦୁର୍ଦ୍ଦିନ ସମୟରେ କାମଧନ୍ଦା ହରାଇ ବସିଛନ୍ତି । ଏଭଳି ସମୟରେ ଚିତ୍ରକର ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ଚିତ୍ରକର ଗୌରୀ ଶଙ୍କର ଶତପଥୀ, ରାଜାରାମ ସ୍ୱାଇଁ, ବିଜୟ କୁମାର ପଟ୍ଟନାୟକ, ଗୟା ପ୍ରଧାନ, ନିଳା ପଣ୍ଡିତ, ସୁନିଲ ମହାନ୍ତି, ସରୋଜ ସାହୁ, ଗୌରୀ ନାହକ ପ୍ରମୁଖ ନିବେଦନ କରିଛନ୍ତି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version