ଅଜବ ଘଟଣା ବିନା କିଣା ବିକାରେ ମିଥ୍ୟ ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା – ପଦ୍ମପୁର 

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପଦ୍ମପୁର – ପଦ୍ମପୁର ଉପଖଣ୍ଡ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଳ ଗ୍ରାମରେ ଆଜକୁ ୩୦ବର୍ଷ ପୂର୍ବେ ଏକ ଅଜବ ଘଟଣାର ବିବରଣୀ ଶୁଣିବାକୁ ମିଳୁଛି । ଏ ବିଷୟରେ ତପିସା ନାମ୍ନୀ ଆଦିବାସୀ ମହିଲା ତପିସା ଭୋଇ ପ୍ରଶାସନ ର ଆଶ୍ରୟ ନେବା ସତ୍ତ୍ବେ କୌଣସି ଫଳ ହୋଇନି । ଏ ବାବଦରେ ଗତ ତା ୮ . ୪ . ୨୧ ରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତପିସା ଭୋଇ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଳ ଗ୍ରାମର ସ୍ବର୍ଗତ କୃଷ୍ଣ ଭୋଇଙ୍କ ର ବଡ ଝିଅ ଅଟନ୍ତି । ତାଙ୍କର ବାପା ୨୦୧୮ ମସିହାରେ ମୃତ୍ୟୁବରଣ କରିଛନ୍ତି ।

ବାଦିମାଳ ଗ୍ରାମରେ ସ୍ବର୍ଗତ ଭୋଇଙ୍କ ର ଖାତା ନଂ ୨୭ ରେ ଏକ ଏକର ଜମି ବାଦିମାଳ ପଦ୍ମପୁର ରୁ ବିଜେପୁର ମୁଖ୍ଯ ରାସ୍ତା ପୁଞୀପଥର ଛକରେ ଅଛି । ତାଙ୍କର ବାପା ଜୀବିତ ଅବସ୍ଥାରେ ଥିବା ସମୟରେ ତାଙ୍କର ଅଜାଣତରେ ୧୯୯୧ ମସିହାରେ ମିଥ୍ଯା ବ୍ଯକ୍ତିଙ୍କର ନାମରେ ବିକ୍ରୟ ସୂତ୍ର ରେ ୨୪ ଡିସିମିଲ ରେଜିଷ୍ଟ୍ର ହୋଇ ଖାତା ନଂ ୨୦୨ ୵ ୧୪୮ ଖାତାକୁ ରେକର୍ଡ ହୋଇ ଯାଇଛି । କିନ୍ତୁ ଯେଉଁ ବ୍ଯକ୍ତିଙ୍କର ନାମରେ ୨୪ ଡିସିମିଲ ପଟ୍ଟା ରେକର୍ଡ ହୋଇ ଯାଇଛି ସେହି ବ୍ଯକ୍ତି ଜଣକ ଲାଳ କର୍ରି ପି – ଘାସି କର୍ରି ବୋଲି ଚାରପାଲି ଗ୍ରାମ ବୋଲି ରେକର୍ଡ ଥିବା ବ୍ଯକ୍ତିଙ୍କୁ ଅନୁସନ୍ଧାନ କରିବାରୁ ଲାଳ କର୍ରି ପି – ଘାସି କର୍ରି ବୋଲି ଚାରପାଲି ଗ୍ରାମରେ କେହି ନାହାନ୍ତି । ପୁଣି ସେହି ଜମି ୨୦୨ ୵ ୧୪୮ ଖାତାରେ ଥିବା ମାଲଗୁଜାରୀ ମଧ୍ଯ ଅସୁଲି ହେଉନାହିଁ ।

ଉକ୍ତ ଜମିର ଖଜଣା କୃଷ୍ଣ ଭୋଇଙ୍କ ନାମରେ କଟୁଛି । ପ୍ରକାଶ ଥାଉ କି ଜନୈକ ବ୍ଯକ୍ତି ସେହି ୨୪ ଡିସିମିଲ ଜମିରେ ଦୋକାନ ବସାଇଛି । ଏ ସମସ୍ତ ବିଷୟ ଜାଣି ତପିସା ଭୋଇ ଉକ୍ତ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ଯ କିଛି ଫଳପ୍ରଦ ହୋଇ ନାହଁ । ତେଣୁ ଏହାର ସତ୍ଯାସତ୍ଯ ତଦନ୍ତ କରି ନୁତନ ଭାବରେ ଯୋଗଦାନ କରିଥିବା ଉପ ଜିଲ୍ଲାପାଳ ସଦୟ ହୋଇ ହଡ଼ପ ହୋଇଥିବା ଆଦିବାସୀ ଜମିର ପର୍ଦ୍ଦାଫାସ କରି ଉକ୍ତ ଜମିକୁ ଖାତା ନଂ ୨୭ କୁ ଫେରାଇ ଆଣିବା ପାଇଁ ଦାବୀ କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version