ଡିଜିଟାଲ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ଢେଙ୍କାନାଳ :-  ଆଜି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେ‌ହୂରୀଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନ୍ ମାଧ୍ୟମରେ panel Lawyers/PLVs ମାନଙ୍କୁ ନେଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୧୬ ସମ୍ପର୍କରେ ଏବଂ ମନୁଷ୍ୟକୃତ ବର୍ଜ୍ୟବସ୍ତୁ ଦ୍ବାରା ପରିବେଶ ପ୍ରଦୂଷଣ ସମ୍ପର୍କରେ ବୁଝାଇଥିଲେ ।

ଏହି ଶିବିରରେ ପୌରପରିଷଦ ସ୍ବଚ୍ଛତା ନିରୀକ୍ଷକ ସନ୍ତୋଷ କୁମାର ମହାନ୍ତି ଓ ବିଭୁତି ଭୁଷଣ ସ୍ଵାଇଁ କଠିନ ବର୍ଜ୍ୟବସ୍ତୁର ପୁନଃ ଚକ୍ରଣ ପଦ୍ଧତି ଦ୍ବାରା କିପରି ବ୍ୟବହାର କରାଯାଇ ପାରିବ ସେ ବିଷୟରେ ଅବଗତ କରାଇଥିଲେ ଏବଂ ବର୍ଜ୍ୟବସ୍ତୁକୁ ଏଣେତେଣେ ନ ଫୋପାଡ଼ି ତାହାର ସଠିକ୍ ବିନିଯୋଗ କରିବା ପାଇଁଁ ପରାମର୍ଶ ଦେଇଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version