କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିଡ୍‌-୧୯ ଟିକା ପଞ୍ଜୀକରଣରେ ପୋଷ୍ୟ ଗ୍ରାମଗୁଡିକୁ ସହଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର )  ଭୁବନେଶ୍ୱର :- କୋଭିଡ୍‌-୧୯ ବିରୋଧୀ ଲଢେଇରେ ଦେଶକୁ ସହଯୋଗ କରି ଇମେଜିଙ୍ଗ୍ କ୍ଷେତ୍ରରେ ଅନ୍ୟତମ ଲିଡର କ୍ୟାନନ୍ ଇଣ୍ଡିଆ ଏକ ଟିକାକରଣ ସଚେତନତା ଅଭିଯାନ ପରିଚାଳନା କରୁଛି ଏବଂ ଏହାର ପୋଷ୍ୟ ଗ୍ରାମ- ମହେଶ୍ୱରୀ ଗ୍ରାମ (ହରିଆନା), ପରିଭାଲି ଗ୍ରାମ (ମୁମ୍ବାଇ), କଲ୍ୟାଣପୁର ଗ୍ରାମ (କୋଲ୍‌କାତା) ଓ ଅନ୍ନାଡୋଡି ଗ୍ରାମ (ବେଙ୍ଗାଲୁରୁ)ରେ ସେଠାକାର ଲୋକମାନଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଇବାରେ ସାହାଯ୍ୟ କରିବା ଲାଗି ସହାୟତା ଶିବିର ସ୍ଥାପନ କରିଛି । କ୍ୟାନନ୍ ଇଣ୍ଡିଆ ଗ୍ରାମବାସୀଙ୍କୁ ଟିକାକରଣ ଉପରେ ଆବଶ୍ୟକ ସୂଚନା, ଏହାର ଲାଭ, ପରବର୍ତୀ ପ୍ରଭାବ ଓ ପ୍ରକ୍ରିୟାଗୁଡିକ ସହିତ ସାହାଯ୍ୟ କରୁଛି ।

ଏଥିସହିତ ଟିକାକରଣ ପଞ୍ଜୀକରଣ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଡିଜିଟାଲ ସଂଶାଧନ ଉପଲବ୍ଧତାରେ ଅଭାବକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ସେମାନଙ୍କୁ ୱାକ୍‌-ଇନ୍‌ ରେଜିଷ୍ଟ୍ରେଶନ ସୁବିଧା ଉପଲବ୍ଧ ନଥିବା ସ୍ଥିତିରେ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରାଇବାରେ ସାହାଯ୍ୟ କରାଯାଉଛି । ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ସହିତ ସଚେତନତା ଅଭିଯାନର ଏକ ସପ୍ତାହ ମଧ୍ୟରେ ଏହି ସଂସ୍ଥା ଟିକାକରଣ ସମ୍ବନ୍ଧିତ ପ୍ରକ୍ରିୟା ସହିତ ୧୦୦୦ରୁ ଅଧିକ ଲୋକଙ୍କୁ ସହଯୋଗ କରିଥିବା ବେଳେ ସେମାନଙ୍କୁ ପୋର୍ଟାଲଗୁଡିକରେ ପଞ୍ଜୀକରଣ କରିବାରେ ସାହାଯ୍ୟ କରିଛି । ଏହି ଅଭିଯାନ ଉପରେ ମତ ରଖି, କ୍ୟାନନ୍ ଇଣ୍ଡିଆର ସିଇଓ ଏବଂ ଅଧ୍ୟକ୍ଷ ମାନାବୁ ୟାମାଜାକି କହିଛନ୍ତି, ଏକ ସାମାଜିକ ଦାୟିତ୍ୱବୋଧ ଶିଳ୍ପ ସଂସ୍ଥା ଭାବେ ବିଶେଷ କରି ପୂର୍ବ ତୁଳନାରେ ବର୍ତମାନ କୋଭିଡ୍‌-୧୯ ବିରୋଧୀ ଲଢେଇରେ ଏକଜୁଟ୍‌ ହେବା ଆମ ପାଇଁ ଅତ୍ୟନ୍ତ ଜରୁରୀ ଅଟେ କାରଣ ଆମେ ମହାମାରୀର ୨ୟ ଲହର ସହିତ ସଂଗ୍ରାମ କରୁଛନ୍ତି ।

କ୍ୟାନନ୍ ଇଣ୍ଡିଆରେ ଆମ ଲୋକମାନଙ୍କର ସୁରକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଏକ ପ୍ରମୁଖ ପ୍ରାଥମିକତା ଏବଂ ଏଥିରେ ଆମର କର୍ମଚାରୀ, ସେମାନଙ୍କ ପରିବାର ଏବଂ ଆମ ପୋଷ୍ୟ ଗ୍ରାମଗୁଡିକରୁ ଆମର ବିସ୍ତୃତ ପରିବାର ସାମିଲ ରହିଛି । କ୍ୟାନନ ଇଣ୍ଡିଆର ସିଏସ୍‌ଆର୍ ଉଦ୍ୟମଗୁଡିକର କେନ୍ଦ୍ରରେ ଥିବା ଆମର ଶିଳ୍ପ ଦର୍ଶନ ‘କ୍ୟୋସେଇ’ ସହିତ ଜଡିତ ରହି , ଯେକୌଣସି ଉପାୟରେ କୋଭିଡ୍‌-୧୯ ବିରୋଧରେ ସେମାନଙ୍କର ଲଢେଇରେ ଆମର ପୋଷ୍ୟ ସମୁଦାୟଗୁଡିକୁ ସଶକ୍ତ କରିବା ଆମର ଦାୟିତ୍ୱ ବୋଲି ଆମେ ବିଚାର କରୁଛୁ । ମୁଁ ଏହା ଦେଖି ଖୁବ୍ ଗର୍ବିତ ଯେ, ଏକ ସପ୍ତାହ ମଧ୍ୟରେ ଆମେ ଏହି ଅଭିଯାନ ମାଧ୍ୟମରେ ୧୦୦୦ରୁ ଅଧିକ ଲୋକଙ୍କୁ ଗତିଶୀଳ କରିବାରେ ସଫଳ ହୋଇପାରିଛୁ ।

ଗତବର୍ଷ କ୍ୟାନନ୍ ଇଣ୍ଡିଆ ଏହାର ପୋଷ୍ୟ ଗ୍ରାମଗୁଡିକରେ ଦିନ ମଜୁରିଆ ଓ ବିପିଏଲ୍ ପରିବାରଗୁଡିକ ସମେତ ୧୨,୫୦୦ରୁ ଅଧିକ ହିତାଧିକାରୀଙ୍କୁ ଅତ୍ୟାବଶ୍ୟକୀୟ ରାସନ କିଟ୍ ଏବଂ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଫ୍ୟାମିଲି ହୋମ୍‌ସର ପିଲାମାନଙ୍କୁ ସ୍ୱଚ୍ଛତା କିଟ୍ ଦାନ କରି ନିଜର କୋଭିଡ୍‌-୧୯ ସହାୟତା ପ୍ରୟାସଗୁଡିକୁ କାର୍ଯ୍ୟକାରୀ କରିଥିଲା । କମ୍ପାନୀ ପକ୍ଷରୁ ନିଜର ପୋଷ୍ୟ ଗ୍ରାମଗୁଡିକ ନିକଟରେ ଥିବା ସରକାରୀ ହସ୍ପିଟାଲକୁ ୭୩୨ରୁ ଅଧିକ ପିପିଇ କିଟ୍ ପ୍ରଦାନ କରାଯାଇଥିଲା ।

Exit mobile version