ଲୋକ ମାନଙ୍କ ସୁଖ ଦୁଃଖ ର ସାଥି ତଥା ବିକାଶର ନାୟକ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ନୂଆଗାଁ :- ଯେତେବେଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ,ଲୋକ ମାନଙ୍କ ସୁଖ ଦୁଃଖ ର ସାଥି ଏବଂ ବରିଷ୍ଠ ନେତୃତ୍ୱ ପାଇଁ ଏକ ମହାନ୍ ବ୍ୟକ୍ତିତ୍ୱର ଆବଶ୍ୟକତା ପଡ଼ିଲା ସେତେବେଳେ ମାନବ ସେବା ତଥା ବିକାଶ ର ଲକ୍ଷ୍ୟ ରଖିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚାକିରି ଛାଡ଼ି ୨୦୧୯ ମସିହାରେ ପ୍ରଥମ ଥର ପାଇଁ ବିଜେଡ଼ି ଟିକେଟ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୀର୍ବାଦ ,କର୍ମୀ ମାନଙ୍କ ସହଯୋଗ,ଲୋକମାନଙ୍କ ସ୍ନେହ ,ଭଲ ପାଇବା,ଏବଂ ନିଜର ଅକ୍ଲାନ୍ତ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ବଳରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କୁ ୩୯ ହଜାର ରୁ ଅଧିକ ଭୋଟ ରେ ପରାସ୍ତ କରିଥିଲେ।ଇତି ମଧ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳି ର ଦୁଇ ବର୍ଷ ପୂରଣ ହୋଇଛି ।

ଏହି ସମୟ ମଧ୍ୟରେ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି କରୋନା ମହାମାରୀ ସାରା ବିଶ୍ଵ,ଦେଶ ,ରାଜ୍ୟ ଏବଂ ନୟାଗଡ ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିଛି।କିନ୍ତୁ ମାନବ ସେବା ଏବଂ ବିକାଶ ର ଧାରାକୁ ବଜାୟ ରଖି ଲୋକ ମାନଙ୍କ ପାଖରେ ପହଞ୍ଚି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ର ନାୟକ ବିଧାୟକ ଶ୍ରୀ ବେହେରା ହୋଇ ପାରିଥିବା ଲୋକ ମାନଙ୍କ ମୁଖରୁ ଶୁଣିବାକୁ ମିଳୁଛି।ଦଶପଲ୍ଲା ବିଧାୟକ ଙ୍କ ବରିଷ୍ଠ ନେତୃତ୍ୱ,ଅକ୍ଲାନ୍ତ ପରିଶ୍ରମ ଏବଂ ଦଳପ୍ରତି ତ୍ୟାଗ ,ଭଲପାଇବା ଦେଖି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି କରିଛନ୍ତି ।

ଦୁଇ ବର୍ଷରେ ଦଶପଲ୍ଲା ବିଧାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟ 

ବିଜୟ ମୁକୁଟ ପିନ୍ଧି ସାରିବା ପରେ ଦିନ ରାତି ଏକ କରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ଧାରା ଦୃତ ଗତିରେ ବଢାଇ ଚାଲିଛନ୍ତି।ସ୍ଵାଧୀନତା ପରଠାରୁ ମୋବାଇଲ୍ ସେବାରୁ ବଞ୍ଚିତ ଥିବା ନିର୍ବାଚନ ମଣ୍ଡଳୀର ଅପହଞ୍ଚ ଆଦିବାସୀ ପଞ୍ଚାୟତ ଚଡେୟା ପଲ୍ଲୀ ଠାରେ ବିଧାୟକ ପାଣ୍ଠିରୁ ଅନୁଦାନ ଦେଇ ବିଧାୟକ ରମେଶ ଚନ୍ଦ୍ର ବେହେରା ଏକ ବି ଏସ ଏନ୍ ଏଲ୍ ଟାୱାର ନିର୍ମାଣ କରିଥିଲେ ଯାହାକି ଓଡ଼ିଶା ଇତିହାସରେ ପ୍ରଥମ।ସେହିଭଳି ୨୪ କୋଟି ଟଙ୍କାରେ ୩ ଗୋଟି ବ୍ରିଜ୍,୧ କୋଟି ୮୦ ଲକ୍ଷ ବ୍ୟୟରେ ନିଜ ନିର୍ବାଚନ ମଣ୍ଡଳୀ ର ୩ ଟି କଲେଜ ରେ ପାଠାଗାର ନିର୍ମାଣ,

୨କୋଟି ବ୍ୟୟରେ ଦଶପଲ୍ଲା ଏନ୍ ଏ ସି ରେ ପାର୍କ ନିର୍ମାଣ,ଦଶପଲ୍ଲା,ନୂଆଗାଁ ,ଗଣିଆ ବ୍ଲକ ସମେତ ଦଶପଲ୍ଲା ଏନ୍ ଏ ସି ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ,୮ କୋଟି ବ୍ୟୟରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମାତୃ ଓ ଶିଶୁ ମଙ୍ଗଳ ବିଲ୍ଡିଂ ନିର୍ମାଣ ,ଏକ କୋଟି ବ୍ୟୟରେ ରାସ୍ତା ପ୍ରଶସ୍ତି କରଣ,୧୮ କୋଟି ରୁ ଉର୍ଦ୍ଧ୍ବ ବ୍ୟୟରେ ନୂଆଗାଁ ରୁ ଡିମିରି ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ନାବାର୍ଡ ସହାୟତାରେ ୭ କୋଟି ଟଙ୍କା ବ୍ୟୟରେ ସିଙ୍ଗାର ପଲ୍ଲୀ ରୁ କାପ୍ତା ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା, ପାଖା ପାଖି ୯୦ କିମି ର ଆର୍ ଡି ରାସ୍ତା ନିର୍ମାଣ ,ଦୁର୍ଗମ ଅଞ୍ଚଳ କୁ ରାସ୍ତା,ପ୍ରତି ଗ୍ରାମରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ର ଉଦଘାଟନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରିଛନ୍ତି।

କରୋନା ମୁକାବିଲା ପାଇଁ ବିଧାୟକ ଙ୍କ କାର୍ଯ୍ୟ 

କରୋନା ମୁକାବିଲା ପାଇଁ ଦଶପଲ୍ଲା ବିଧାୟକ ନିଜସ୍ଵ ପାଣ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ପ୍ରଦାନ କରିବା ସହିତ ବିଭିନ୍ନ ଗ୍ରାମ କୁ ଯାଇ ଲୋକ ମାନଙ୍କୁ କରୋନା ନୀତି ନିୟମ ସମ୍ପର୍କରେ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ବିକାଶ ମୂଳକ ଯୋଜନା ସମ୍ପର୍କରେ ବିଧାୟକ ଯାହା କୁହନ୍ତି  ଦୁଇ ବର୍ଷ ମଧ୍ୟରେ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ କରୋନା ମହାମାରୀ ରେ ଚାଲିଯାଇଛି।ତଥାପି ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛି।ସେମାନଙ୍କ ସମସ୍ୟା ସମାଧାନ କରିଛି।ପ୍ରତି ଗ୍ରାମରେ ତଥା ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ବଢ଼ିଚାଲିଛି । ଆଗାମୀ ଦିନରେ ମଣି ଭଦ୍ରା – ପଥୁରିଆ ମାଳ ବନ୍ଧ ନିର୍ମାଣ ନିମନ୍ତେ ପଦକ୍ଷେପ ନେବା ସହିତ ଅପହଞ୍ଚ ଅଞ୍ଚଳରେ ଟାୱାର ବସାଇବା,

ପ୍ରସ୍ତାବିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ କୁ ଗୁରୁତ୍ବ,କୃଷି ର ଉନ୍ନତି ପାଇଁ ଅଚଳ ପଡିଥିବା ଜଳ ସେଚନ ପ୍ରକଳ୍ପ କୁ କାର୍ଯ୍ୟକାରୀ କରାଇବା,ମୋ ସ୍କୁଲ୍/ କଲେଜ୍ ଅଭିଯାନ କୁ ବ୍ୟାପକ କରି ଶିକ୍ଷାନୁଷ୍ଠାନ ର ଉନ୍ନତି କରାଇବା,ଦଶପଲ୍ଲା ସି ଏଚ୍ ସି କୁ ଉନ୍ନତ କରି ସବ୍ ଡିବିଯନାଲ୍ ହସ୍ପିଟାଲ୍ ରେ ପରିଣତ କରାଇବା,ଦଶପଲ୍ଲା ଏନ୍ ଏ ସି ରେ ମିନି ଷ୍ଟାଡିୟମ ,ଟାଉନ୍ ହଲ୍,କଲ୍ୟାଣ ମଣ୍ଡପ, ଇଣ୍ଡୋର ଷ୍ଟାଡିୟମ୍ କରିବା,ଦୁର୍ଗମ ଅଞ୍ଚଳକୁ ଯାତାୟାତ ର ସୁବିଧା କରିବା, ରାଜଗିରି, ରତାଦେଇ,ଗୁପ୍ତେଶ୍ୱର ଆଦି ସ୍ଥାନ କୁ ପର୍ଯ୍ୟଟନ ସ୍ଥଳୀ ରୂପେ ବିବେଚିତ କରିବେ ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି।ତତ୍ ସହିତ ଲୋକ ମାନଙ୍କ ପାଇଁ ମୁଁ ଥିଲି ,ରହିଛି ଏବଂ ରହିଥିବି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି ।

ଲୋକମାନେ ଯାହା କୁହନ୍ତି  

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ କହିବା ଅନୁଯାୟୀ ନିର୍ବାଚନ ମଣ୍ଡଳୀ କୁ ଫେରିଛନ୍ତି ରୁଦ୍ରମାଧବ ।  ବହୁବର୍ଷ ପରେ ଆମେ ଜଣେ ବିକାଶ ର ନାୟକ ଙ୍କୁ ପାଇଛୁ ।ଯିଏକି ଦିନରାତି ଏକ କରି ସୁଖ ଦୁଃଖ ରେ ଆମ ପାଖରେ ଠିଆ ହୁଅନ୍ତି । ଆମେ ଦଶପଲ୍ଲା ବିଧାୟକ ଙ୍କ ସହିତ ଅଛୁ ଏବଂ ଏଭଳି ଜନ ମଙ୍ଗଳ କାରୀ ବିକାଶ ର ନାୟକ ଙ୍କୁ ପାଇଁ ଆମେ ଗର୍ବିତ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version