କରୋନା ସମୟରେ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ

ଟୁଇଟ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ, ଡ଼ଃ ପୋମା ଟୁଡୁ

ମନରେଗା ରେ ଦୈନିକ ୩୦ ହଜାର ଉର୍ଦ୍ଧ୍ବ ଶ୍ରମ ଦିବସ

ସରକାର ଙ୍କ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି) ଯୋଜନାରେ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଉନ୍ନୟନ କାର୍ଯ୍ୟ ରେ କାର୍ଯ୍ୟ କରି ରୋଜଗାର କରିପାରିବାର ଆଶା ଦ୍ଵିଗୁଣିତ ହୋଇଛି ।

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର )ନୟାଗଡ଼/ରିପୋର୍ଟ ଅଭିମନ୍ୟୁ  :- କରୋନା ମହାମାରୀ ସମୟରେ ଜିଲ୍ଲାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି , ତଥାପି ଜିଲ୍ଲାରେ ଚାଲିଛି ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ । ଲକଡାଉନ ରେ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ରେ କୌଣସି ବାଧା ଉପୁଜିନି ବୋଲି ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଜିଲ୍ଲାରେ ଦୃତ ଗତିରେ ମନରେଗା ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ନେଇ ସୂଚନା ଦେଇଛନ୍ତି । ସୂଚନାନୁସାରେ ନୟାଗଡ଼ ବ୍ଲକ ଇଟାମାଟି ସ୍ଥିତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀ ଗୃହ , ଓଡ଼ଗାଁ ବ୍ଲକ କଜ୍ଜଳାଇପଲ୍ଲୀ ଗ୍ରାମ ର ଅଙ୍ଗନୱାର୍ଡି ଗୃହ ନିର୍ମାଣ କାର୍ଯ୍ୟ ବହୁ ଦୃତ ଗତିରେ ଚାଲିଥିବା ଜଣା ଯାଇଛି । ଏତଦ ବ୍ୟତୀତ ବଡ଼ଗୋରଡା ଗ୍ରାମର ମେଡିକାଲ ସବ୍ ସେଣ୍ଟର କାର୍ଯ୍ୟ ମଧ୍ୟ ଚାଲୁ ରହିଛି ।

କରୋନା ଏବଂ ଲକଡାଉନ ରେ ଜିଲ୍ଲାରେ ଏହି ଉନ୍ନୟନ ମୂଳକ କାର୍ଯ୍ୟ ଯେପରିକି ଆବାସ ଯୋଜନାପାନୀୟ ଜଳ ବ୍ୟବସ୍ଥା ଓ ମେଗା ପାନୀୟ ଜଳ ପ୍ରକଳ୍ପ ର କାମ ଖୁବ ଜୋରସୋର ରେ ଚାଲୁଥିବା ନେଇ ସୂଚନା ମିଳିଛି । ତେବେ ନୟାଗଡ଼ ଜିଲ୍ଲାର ଦୁଇ ଦୁଇଟି ବଡ଼ ପ୍ରକଳ୍ପ କୁସୁମୀ ଜଳ ସେଚନ ପ୍ରକଳ୍ପ ଓ ବଲାଙ୍ଗୀ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ସହିତ ମନରେଗା ମାଧ୍ୟମ ରେ ଗ୍ରାମାଞ୍ଚଳ ର ଅଦ୍ଭୂତପୂର୍ବ ବିକାଶ କରାଯାଉଛି । ଅନ୍ୟପକ୍ଷେ କର୍ମ ନିଯୁକ୍ତି ଯୋଜନା ରେ ଜିଲ୍ଲାରେ ଦୈନିକ ୩୦ ହଜାରରୁ ଅଧିକ ଶ୍ରମ ଦିବସ ସୃଷ୍ଟି ହେଉଥିବା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସୂଚନା ଦେଇଛନ୍ତି । ଜିଲ୍ଲାରେ ମନରେଗା ମାଧ୍ୟମରେ ୮ ଟି ବ୍ଲକ , ୪ ଟି ଏନଏସି ଏବଂ ନୟାଗଡ଼ ପୌରାଞ୍ଚଳ ରେ ୩୦ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ ଦିବସ ସୃଷ୍ଟି ହେଉଛି ।

ଯାହାଫଳରେ ପ୍ରବାସୀ ଫେରନ୍ତା ଙ୍କ ପାଇଁ ଏକ କର୍ମ ନିଯୁକ୍ତି ବ୍ୟତୀତ ଆର୍ଥିକ ସହାୟତ ହେବ ବୋଲି ଆଶା ସଞ୍ଚାର ହୋଇଛି । ସେହିଭଳି ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି ଙ୍କ ସୂଚନାନୁସାରେ ମନରେଗା ଯୋଜନା ମାଧ୍ୟମ ରେ ନୟାଗଡ଼ ବନଖଣ୍ଡ ରେ ଦୈନିକ ୭୦୦ରୁ ଉର୍ଦ୍ଧ୍ବ ଶ୍ରମିକ ଦିବସ ସୃଷ୍ଟି ହେଉଛି । ତେବେ ଜଙ୍ଗଲ ନିକଟସ୍ଥ ଗ୍ରାମର ଶ୍ରମିକଙ୍କୁ ନେଇ ବିଭିନ୍ନ କାର୍ଯ୍ୟ କରାଯାଉଛି । ଚାରା ରକ୍ଷଣବେକ୍ଷଣ , ପଥର ପ୍ୟାଚିଂ , ଜଳ ସଂରକ୍ଷଣ ନେଇ ବ୍ୟବସ୍ଥା କରାଯାଉଛି । ଏତଦବ୍ୟତୀତ ଜିଲ୍ଲାର ବିଦ୍ୟୁତ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ଜିଲ୍ଲା ପୂର୍ତ୍ତ ବିଭାଗ ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୋନା ସମୟରେ କରାଯାଉଛି । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ)

Exit mobile version