ବାଙ୍କୀଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ – ସୌମେନ୍ଦୁ ଶେଖର ତ୍ରିପାଠୀ

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ବାଙ୍କୀ :- ବାଙ୍କୀ ଥାନାରେ ନୂତନ ଅଧିକାରୀ ଭାବେ ସୌମେନ୍ଦୁ ଶେଖର ତ୍ରିପାଠୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ବାଙ୍କୀ ଥାନା ଅଧିକାରୀଦେବେନ୍ଦ୍ର ମଲ୍ଲିକ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ପଦୋନ୍ନତି ପାଇଥିବାରୁ ଏହି ପଦ ଖାଲିପଡିଥିଲା । ନୂତନ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଆଜି ଦେବେନ୍ଦ୍ର ମଲ୍ଲିକଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି ।

ନୂତନ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ ମାଲକାନାଗିରି ଜିଲ୍ଲାଓରକେଲ ଥାନା  ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଶ୍ରୀ ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗଦାନ କରି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠକୁ ଯାଇ ଦର୍ଶନ କରି ଆଶୀର୍ବାଦଲୋଡି କାର୍ଯ୍ୟ ଆରମ୍ଭ କରିଛନ୍ତି ।(ରିପୋର୍ଟ/ଗୌତମ ମିଶ୍ର )

Exit mobile version