ଦେଖେନ୍ ସୁନ୍ଧିରୀ ଫଲସା ଫୁଳ ସୁଲେକେଲା ବସୁଧା ଜଳ ପ୍ରକଳ୍ପ ଅଚଳ ପାନୀୟ ଜଳ ପାଇ ଗ୍ରାମବାସୀ ହନ୍ତସନ୍ତ

ବେଲପଡା ବ୍ଳକ ରେ ଦୀର୍ଘ ୧୦ ବର୍ଷ ଧରି ରହିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ ବାବୁ ତ ନିଜକୁ ରାଜା ପରି ମନେ କରନ୍ତି ତାଙ୍କୁ ଅବା କିଏ କହିବ

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ପାଟଣାଗଡ଼ :- ସରକାର କୋଟି କୋଟି ଟଙ୍କା ବିନିମୟ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବସୁଧା ପ୍ରକଳ୍ପ ଯୋଜନା କରିଛନ୍ତି ! କିନ୍ତୁ ସରକାରଙ୍କ ସେହି ଯୋଜନାଟି ଫେଲ୍ ମାରିଛି  ! କାରଣ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମାନଙ୍କ‌ ମଧୁଚନ୍ଦ୍ରିକା ଯୋଗୁଁ  ! ଏହି ବସୁଧା ପ୍ରକଳ୍ପ ଯୋଜନା ରେ ବହୁ ସ୍ଥାନରେ ପ୍ରକଳ୍ପ ଟି ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି ! ଅନେକ ଲୋକ ଏହାର ଅଭିଯୋଗ କରିସାରିଲେଣି କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି ! ଏହା ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା କାହିଁକି ବୋଲି ବୁଦ୍ଧିଜୀବୀମହଳରେ ଚର୍ଚ୍ଚାର ବିଷୟ ପାଲଟିଛି ! ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସୁଲେକେଲା ଗାଁ ରେ ରୁହନ୍ତି ସାତ ହଜାର ଲୋକ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହୋଇଥିଲା ବସୁଧା ପ୍ରକଳ୍ପ !

ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ୨୦୧୬-୧୭ ମସିହା ରେ ହେଲେ ତାହା ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଲୋକଙ୍କୁ ପାଣି ଯୋଗାଉନାହିଁ ! ତାହା କାଗଜପତ୍ରରେ କାମ ଶେଷ ହୋଇ ପଞ୍ଚାୟତ କୁ ତାର ବିଦ୍ୟୁତ୍ ସଂଯୋଗ ବିଲ୍ ଆସିଲାଣି ! କେବଳ ପ୍ରକଳ୍ପ ଟି ଦେଖେନ ସୁନ୍ଧିରୀ ଫୁଲସା ଫୁଲ ସଦୃଶ ହେଉଛି ଏବଂ ଆଠ ବର୍ଷ ହେବ ଅଚଳ ହୋଇପଡିଛି । ପାନୀୟ ଜଳ ପ୍ରକଳ୍ପ ଟିର ମରାମତି ପାଇଁ ଗ୍ରାମବାସୀମାନେ ପଞ୍ଚାୟତ ଓ ବ୍ଳକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  ! ବେଲପଡା ବ୍ଳକ ରେ ଦୀର୍ଘ ୧୦ ବର୍ଷ ଧରି ରହିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ ବାବୁ ତ ନିଜକୁ ରାଜା ପରି ମନେ କରନ୍ତି ତାଙ୍କୁ ଅବା କିଏ କହିବ !

ଏହି କାମକୁ ଏ,ସି ରାଏ ନାମକ ଜଣେ ଠିକାଦାର କାମ କରିଛନ୍ତି ସେ ଭୁବନେଶ୍ୱର ରୁ ଆସି ବଲାଙ୍ଗିର ଜିଲ୍ଲା ରେ ଅନେକ ସ୍ଥାନରେ ଏହି ପ୍ରକଳ୍ପ ଯୋଜନା କାମ କରୁଛନ୍ତି ତାଙ୍କୁ କହିବା ଲୋକ କିଏ ଅଛି ସେ ପରା ରାଜଧାନୀ ର ଲୋକ ! ଏହାର ସୁବିଧା ପାଇଁ ବେଲପଡା କୋଶଳ କମିଟି ଜିଲ୍ଲା ପ୍ରଶାସନ କୁ ମଧ୍ୟ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ! ପ୍ରକୃତରେ କୋଟି କୋଟି ଟଙ୍କା ବିନିଯୋଗ କରି କାହା ପାଇଁ ଏ ପ୍ରକଳ୍ପ ଟି କରାଯାଇଛି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ! ଯଦି ଏହି ସମୟରେ ଲୋକେ ପାଣି ଟିକିଏ ନ ପାଇ ଛଟପଟ ହେଉଥିବେ ତା ହେଲେ ପ୍ରଶାସନ କେବେ ଚିନ୍ତା କରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ପାଟଣାଗଡ଼/ଗୋରେଖନାଥ ବରିହା )

Exit mobile version