ମହିନ୍ଦ୍ରା ପକ୍ଷରୁ ବାତ୍ୟା ୟାସ୍ ପ୍ରସ୍ତୁତି ପାଇଁ ଟାସ୍କଫୋର୍ସ ଗଠନ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଭାବିତ ମହିନ୍ଦ୍ରା ଗାଡ଼ି ମାଲିକଙ୍କୁ ସହାୟତା ପ୍ରଦାନ କରିବ

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ମହିନ୍ଦ୍ରା ଗ୍ରୁପ୍‌ର ଏକ ଅଂଶ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପ୍ରଭାବିତ କରିବାକୁ ଥିବା ସାମୁଦ୍ରିକ ବାତ୍ୟା ୟାସ୍ ନିମନ୍ତେ ପ୍ରସ୍ତୁତି ଲାଗି ଏକ ରିଲିଫ୍ ଟାସ୍କଫୋର୍ସ ଗଠନ କରାଯାଇଛି । ପ୍ରଭାବିତ ଅଞ୍ଚଳର ମହିନ୍ଦ୍ରା ଗାଡ଼ିର ମାଲିକମାନଙ୍କୁ ଏହି ଟିମ୍ ସହାୟତା ପ୍ରଦାନ କରିବ । ପ୍ରଭାବିତ ହେବାକୁ ଥିବା ଗାଡ଼ିଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଉତ୍ସର୍ଗୀକୃତ ଜରୁରୀକାଳୀନ ସଡ଼କ ସେବା ଟିମ୍ ହାଇ ଆଲର୍ଟରେ ରହିଛନ୍ତି । ଯେଉଁ ଗାଡ଼ିଗୁଡ଼ିକ କଂପାନିର ସଡ଼କ ପାଶ୍ୱର୍ ସହାୟତା କାର୍ଯ୍ୟକ୍ରମର ଅଂଶ ନୁହନ୍ତି ସେଗୁଡ଼ିକୁ କଂପାନି ତରଫରୁ ୫୦ କିଲୋମିଟର ପରିସୀମା ପର୍ଯ୍ୟନ୍ତ ଟୋଇଙ୍ଗ୍ ସେବା ପ୍ରଦାନ କରାଯିବ ।ପ୍ରଭାବିତ ହୋଇଥିବା ଗାଡ଼ିଗୁଡ଼ିକୁ ନିକଟସ୍ଥ ମହିନ୍ଦ୍ରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ସେଣ୍ଟର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ।

 ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଥିବା କିମ୍ବା ଜରୁରୀକାଳୀନ ବ୍ୟକ୍ତିଗତ କାମରେ ଲାଗିଥିବା ମହିନ୍ଦ୍ରା ଗାଡ଼ି ପାଇଁ କଂପାନିର କଷ୍ଟମର୍ କେୟାର୍ “ୱିଥ୍ ୟୁ ହମେଶା’କୁ ତ୍ୱରିତ ସହାୟତା ଲାଗି ୧୮୦୦ ୨୦୯ ୬୦୦୬ରେ କଲ୍ କରାଯାଇପାରିବ । ୱିଥ୍‌ ୟୁ ହମେଶା ଆପ୍ ଜରିଆରେ ମଧ୍ୟ ଗ୍ରାହକମାନେ ଏସ୍‌ଓଏସ୍ ଅନୁରୋଧ ପଠାଇ ପାରିବେ । ସମ୍ଭାବ୍ୟ ବାତ୍ୟାକୁ ଦୃ୍‌ଷ୍ଟିରେ ରଖି ଗାଡ଼ିରୁ ସମସ୍ତ ମୂଲ୍ୟବାନ ସାମଗ୍ରୀ ବାହାର କରିନେବା ଏବଂ ତାହାକୁ ଏକ ନିବୁଜ ସ୍ଥାନରେ ସୁରକ୍ଷିତ ଭାବେ ପାର୍କିଂ କରିବା ଲାଗି ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି । ପାଣି ଭିତରେ ଗାଡ଼ି ବୁଡ଼ି ଯାଇଥିଲେ ତାହାକୁ ଷ୍ଟାର୍ଟ ନକରିବା ଲାଗି ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ବୀମା ଦାବିକୁ ସହଜ କରିବା ଲାଗି ରିଲିଫ୍ ଟାସ୍କ ଫୋର୍ସକୁ ମହିନ୍ଦ୍ରା ଇନସ୍ୟୁରାନ୍ସ ବ୍ରୋକର୍ସ୍‌ ଲିମିଟେଡ୍ ସହ ଯୋଡ଼ାଯାଇଛି । ମହିନ୍ଦ୍ରାର ଡିଲର୍‌ସିପ୍‌ଗୁଡ଼ିକ ସରକାରଙ୍କ ନିୟମ ଅନୁସାରେ ପରିଚାଳିତ ହେବେ । ସରକାରଙ୍କ ପ୍ରୋଟୋକଲ୍ ଅନୁସାରେ ୱାର୍କସପ୍‌ରେ ସୀମିତ ଧ୍ୟାନ ଦିଆଯିବ ।

Exit mobile version