ଓଡ଼ିଆ ଭଜନ ମହାବାହୁ ଲୋକାର୍ପିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ମେ , ଶୁକ୍ରବାର ) ଓଡ଼ଗାଁ :- ସମ୍ବର୍ଦ୍ଧନା ମ୍ୟୁଜିକ ଦ୍ଵାରା ପ୍ରସ୍ତୁତ ଏମ୍ ଦୀନବନ୍ଧୁ ପ୍ରଯୋଜିତ , ଅଞ୍ଜନ କୁମାର ଙ୍କ ସଂଗୀତ ପରିଚାଳନା ରେ ଓଡ଼ିଆ ଭଜନ ମହାବାହୁ ଓ ଆଧୁନିକ ଆଲବମ୍ ଏମିତିକା ବୋଧେ ହୁଏ ଆଜି ଓଡଗାଁ ରାଧାକୃଷ୍ଣ ମନ୍ଦିର ପରିସରରେ ବରିଷ୍ଠ କବି ଲୋକନାଥ ମିଶ୍ର(ଭରଦ୍ୱ।ଜ),ଅବସରପ୍ରାପ୍ତ ଏବିଇଓ ଦ୍ୱିଜରାଜ ନାୟକ,ଶିକ୍ଷକ ତଥା କବି ଶରତଚନ୍ଦ୍ର ଷଡ଼ଙ୍ଗୀ, ଭାବଗ୍ରାହୀ ମହାପାତ୍ର, ଯଶୋବନ୍ତ ପଟ୍ଟନାୟକ, ପଞ୍ଚାନନ ପଣ୍ଡା,ହୋମିଓ ଚିକିତ୍ସକ ସ୍ୱରୁପ ରଞ୍ଜନ ମିଶ୍ର,ଚିନ୍ମୟ ସାଥୁଆ, କଣ୍ଠଶିଳ୍ପୀ ଆଶିଷ ରଞ୍ଜନ ଦାଶ ଏବଂ ରଞ୍ଜନ କୁମାର ଦାଶ ପ୍ରମୁଖ ଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି ।

ଭଜନ ଆଲବମ୍ ମହାବାହୁର ରଚନା ବନ୍ଦନା କୁମାରୀ ମହାପାତ୍ର ଓ କଣ୍ଠ ଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଆଶିଷ ରଞ୍ଜନ ଦାଶ । ଆଧୁନିକ ଗୀତ ଆଲବମ୍ ରଚନା ଏମ୍ ଦୀନବନ୍ଧୁ କରିଥିବା ବେଳେ କଣ୍ଠ ଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ପ୍ରାୟତତ୍ତ୍ମା ରଥ।ଗୀତ ଗୁଡିକ ଜଗନ୍ନାଥ ପ୍ରେମୀ ଏବଂ ଯୁବପିଢ଼ି ଙ୍କ ପାଖରେ ବେଶ୍ ଲୋକପ୍ରିୟ ହୋଇପାରିବ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version