ସାପ କାମୁଡ଼ା ରେ ବୃଦ୍ଧା ଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବାଙ୍କୀ :- ଆଜି ଡମପଡା ବ୍ଲକ ନରଗାଙ୍ଗ ପଞ୍ଚାୟତ ର ନରଗାଙ୍ଗ ତାରବରୀ ସାହିର ସ୍ବର୍ଗତ ନରେନ୍ଦ୍ର ନାୟକ ଙ୍କ ପତ୍ନୀ ଧାବେନି ନାୟକ(୫୮) ଆଜି ସନ୍ଧ୍ୟା ରେ ଘରୁ ବାହାରିବା ସମୟରେ ଏକ ନାଗ ସାପ ତାଙ୍କୁ ଦଂଶନ କରିଥିଲା।ସଂଗେ ସଂଗେ ପରିବାର ଲୋକେ ଧାବେନି ଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟ କୁ ଆଣିଥିଲେ ।

ସେଠାରେ ଡକ୍ଟର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।ଆସନ୍ତା କାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।ଏ ସମ୍ପର୍କରେ ବାଙ୍କୀ ପୋଲିସ ପକ୍ଷରୁ ଉଡି କେସ ନମ୍ବର ୮ରୁଜୁ ହୋଇଥିବା ସୂଚନା ମିଳିଛି (ରିପୋର୍ଟ:ଗୌତମ ମିଶ୍ର)

Exit mobile version