ବାଙ୍କୀରେ ଅବକାରୀ ଚଢ଼ାଉ, ୬୪ଲିଟର ଚୋରା ଦେଶୀମଦ ଜବତ , ୪ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବାଙ୍କୀ :- ତାଲା ବନ୍ଦ ସମୟ ରେ ବାଙ୍କୀ ରେ ଦେଶୀ ଚୋରା ମଦ ଲୁଚା ଛପା ରେ ବିକ୍ରି କରାଯାଉଛି।ତାଲା ବନ୍ଦ ଓ କରୋନା ସଂକ୍ରମଣ ପାଇଁ ଅବକାରୀ ବିଭାଗ ଚଢ଼ାଉ କରି ଗିରଫ କରୁଥିବା ବ୍ୟକ୍ତି ଙ୍କୁ ଡିମାଣ୍ତ ବେଳରେ ଛାଡି ଦେଉଥିବା ମଦ ମାଫିଆ ଙ୍କୁ ନିର୍ଭୟ ରେ ବେପାର କରିବାକୁ ସୁବିଧା ହେଉଛି । ଯଦି ଅବକାରୀ ବିଭାଗ କି ପୋଲିସ ସେମାନଙ୍କୁ ଗିରଫ କରିଛି ତେବେ କିଛି ସମୟ ଅଟକ ରଖି ସେମାନଙ୍କୁ ବେଳ ରେ ଛାଡୁ ଥିବାରୁ ମଦ କାରବାର ଜୋରେ ଲୁଚା ଛପା ସ୍ଥାନରେ ବାଙ୍କୀ ଉପଖଣ୍ଡ ରେ ଚାଲିଛି।ସବୁ ଜାଣି ଅବକାରୀ ବିଭାଗ ଉପରିସ୍ଥ ଅଫିସର ଙ୍କୁ ଖୁସି କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କିଛି ମଦ ପୋଚ ତ କେଉଁଠି ମଦ ତିଆରି ଭାଟି କେଉଁଠି ଲିଟର ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିବା ସହ।ଆଉ କେଉଁଠି କେଉଁଠି ଚଢ଼ାଉ କରି ଚୋରା ମଦ ସହ ବେପାରୀ ଙ୍କୁ ଗିରଫ କରି ବାହା ବାହା ସାଉଁଟୁଛି ।

ସେପଟେ ମଦ ମାଫିଆ ତଲାବନ୍ଦ ର ସୁଯୋଗ ନେଇ ଉଚ୍ଚା ଦରରେ ଚୋରା ଦେଶୀ ମଦ ବିକ୍ରି ରେ ବେସ୍ତ।କିଛି ମଦୁଆ ନିଜ ନାମ ପ୍ରକାଶ ନକରି ପ୍ରକାଶ କରିଛନ୍ତି ମଦ ବେପାରୀ ଓ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା ଯୋଗୁଁ ବାଙ୍କୀ ରେ ନିର୍ଭୟ ରେ ବେପାରୀ ମଦ ବିକ୍ରି କରୁଛନ୍ତି ଅବକାରୀ ବିଭାଗ କେବଳ କୁଜି ବେପାରୀ ଙ୍କୁ ଗିରଫ କରି ବିଭାଗ ର ସାବାସୀ ସାଉଁଟୁଛି । ଆଜି ବାଙ୍କୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ତତ୍ୱାବଧାନରେ ଚଢ଼ଉ କରାଯାଇ ୬୪ଲିଟର ଚୋରା ଦେଶୀମଦ ଜବତ କରାଯାଇ ଥିଲା ।

ପୋଡାପାଟଣା ଗ୍ରାମର ମାଧବ ନାୟକ(୩୮) ଠାରୁ ୧୬ଲିଟର, ବାଲିପାହାଡ଼ ଗ୍ରାମର ମନୋଜ କୁମାର ପ୍ରଧାନ(୩୫)ଙ୍କ ଠାରୁ ୧୫ଲିଟର,କଢ଼ାମଲ ଗ୍ରାମର ନିରଞ୍ଜନ ପ୍ରଧାନ (୪୧)ଙ୍କ ଠାରୁ ୧୮ଲିଟର ଓ ରଗଡ଼ି ଗ୍ରାମର ତ୍ରିଲୋଚନ ବାରିକ(୬୦)ଙ୍କ ଠାରୁ୧୫ଲିଟର ଦେଶୀ ଚୋରା ମଦ ଜବତ କରି ଗିରଫ୍ କରାଯାଇ ଥିଲା।ଗିରଫ ପରେ ଉକ୍ତ ୪ଜଣଙ୍କୁ ସରକାର ଙ୍କ କୋଭିଡ ଆଇନ ରେ କାରାଗାର କୁ ନପଠାଇ ମାନଣ୍ତ ବେଳ ରେ ଘରକୁ ପଠାଯାଇଥିଲା। ବାଙ୍କୀ ଅବକାରୀ ବିଭାଗ କର୍ମଚାରୀ ଦୀପକ କୁମାର ସାମଲ, ସଂଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ବିଶ୍ୱନାଥ ସୋରେନ୍ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।  (ରିପୋର୍ଟ :ଗୌତମ ମିଶ୍ର)

Exit mobile version