ବାତ୍ୟାରେ ଉପୁଡି ପଡିଥିବା ଗଛକୁ ସଫାକଲେ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) କୋରାଇ :- ବାତ୍ୟା ‘ୟସ’ ଯୋଗୁ କୋରାଇ ଅଂଚଳରେ ଝାଟିମାଟି ଘର ଭୁଷୁଡି ପଡିବା ସହ ଗଛ ଉପୁଡି ପଡିଛି । ଗଛ ଗୁଡିକ ଉପୁଡି ରାସ୍ତା ଅବରୋଧ କରୁଥିବାରୁ ଯାତାୟତ ବ୍ୟାଘାତ ସୃଷ୍ଟିକୁରୁଛି । ରାସ୍ତାକୁ ଗମନାଗମନ ଉପଯୋଗୀ କରିବା ପାଇଁ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣା ସ୍ଥଳେ ସଦଳବଳେ ପହଂଚି ନିଜେ ଗଛକୁ କାଟି ଡାଳ ବୋହି ପରିଷ୍କାର କରୁଛନ୍ତି ।

ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଲୋକମାନଙ୍କ ଲାଗି ନିଜେ ଗତକାଲି ଠାରୁ ଆଜି ଦିନ ତମାମ ବିଭିନ୍ନ ସ୍ଥାନ ବୁଲି ସ୍ଥିତ ପରଖିବା ସହ ବିପନ୍ନ ଲୋକଙ୍କୁ ସହଯୋଗ କରିବା ଏବଂ ଘରଉପରେ ଉପୁଡି ପଡିଥିବା ଗଛ ଗୁଡିକୁ ମଧ୍ୟ କରତ ସାହାଯ୍ୟରେ କାଟି ସଫା କରିଛନ୍ତି । ଶ୍ରୀ ମହାନ୍ତି ବାତ୍ୟା ସମୟରେ ପୁଲିସ ଅଧିକାରୀ ଭାବେ ତାଙ୍କ କର୍ତବ୍ୟ ନିର୍ବାହ କରିବା ସହ ଲୋକାମାନଙ୍କୁ ସାହାଯ୍ୟ ସହଯୋଗ

କରିବା ଯୋଗୁ ସାଧାରଣରେ ପ୍ରଶଂସା ଭାଜନ ହୋଇଛନ୍ତି । ମହାମାରୀ ହେଉକି ବନ୍ୟା, ବାତ୍ୟା ଆଦି ବିପନ୍ନ ସମୟରେ ଲୋକଙ୍କୁ ସଚେତନ କରିବା ସହ ଉତ୍ସର୍ଗୀକୃତ ସାହାଯ୍ୟ କରିବା ଘଟଣା ଜିଲା ତଥା ସଗମ୍ର ରାଜ୍ୟରେ ଶ୍ରୀ ମହାନ୍ତି ବେଶ ଚର୍ଚ୍ଚିତ ହୋଇଛନ୍ତି । ତାଙ୍କର ଜନସେବାମୂଳକ କାର୍ଯ୍ୟପାଇଁ ତାଙ୍କୁ ଅଂଳଚବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି ।     ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version