ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ନିଆରା ପଦକ୍ଷେପ,ଜନ୍ମ ଦିବସରେ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର )  କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି ପାରିବାରିକ, ସାଙ୍ଗସାଥି ମାନଙ୍କୁ ନେଇ ମଉଜ ମସ୍ତି କରୁଥିବା ବେଳେ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତଦାନ କରିଛନ୍ତି । କରୋନା ସଂକ୍ରମଣ ସମୟରେ ରୋଗୀ ରକ୍ତାଭାବରେ ହଇରାଣ ହେଉଥିବା ବେଳେ ଶ୍ରୀଯୁକ୍ତ ପଟ୍ଟନାୟକ ନିଜେ ରକ୍ତଦାନ କରିବା ସହ ନିଜର ସହଯୋଗୀ ମାନଙ୍କୁ ନେଇ ୫୭ ୟୁନିଟ ରକ୍ତଦାନ କରିଛନ୍ତି ।

ସ୍ବର୍ଗଦ୍ବାର ସେବା ସଂଗଠନର ସହଯୋଗରେ ତଥା ସଂଗଠନର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଜନ୍ମଦିନରେ ଏଭଳି ଏକ ନିଆରା ପଦକ୍ଷେପକୁ ସାଧାରଣରେ ଭୂୟସି ପ୍ରଶଂସା କରାଯାଇଛି । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ନର୍ଲା,କର୍ଲାମୁଣ୍ଡା,ମ.ରାମପୁର,କେସିଙ୍ଗା ଆଦି ବ୍ଲକର ବିଭିନ୍ନ ଗ୍ରାମରୁ ଯୁବକ ମାନେ ଆସି ରକ୍ତଦାନ କରି ଜନ୍ମ ଦିବସ ପାଳନ କରିଥିଲେ । ସ୍ବର୍ଗଦ୍ବାର ସେବା ସଂଗଠନର ସଂପାଦକ ମନୋଜ କୁମାର ଷଡ଼ଙ୍ଗୀ, ସଦସ୍ୟ ସରୋଜ ସାହୁ,ସଜନ ଅଗ୍ରଓ୍ବାଲ ସମେତ ବହୁ କର୍ମି ଉପସ୍ଥିତ ହୋଇଥିଲେ ।

ଏରିଆ ଖବର ନ୍ୟୁଜ ଚ୍ୟାନେଲ ତରଫରୁ ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିବା ବେଳେ କେସିଙ୍ଗା ବ୍ଲକ ପ୍ରଶାସନ ତରଫରୁ କରୋନା ସଂକ୍ରମିତଙ୍କ ଶବ ସତ୍କାର କରିଥିବାକୁ ନେଇ ଶ୍ରୀ ପଟ୍ଟନାୟକଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ ବିଡ଼ିଓ ଶ୍ରୀଯୁକ୍ତ ଓଦୁ । ଏହି ନିଆରା ଜନ୍ମଦିନ ପାଳନକୁ ସାରା ଜିଲ୍ଲାରେ ଭୂୟସି ପ୍ରଶଂସା କରାଯାଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version