ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନଭେନର ହେଲେ – ଯୁବ ସାମ୍ବାଦିକ ମନୋଜ ଜୈନ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନଭେନର ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ ।  ବିଶୁଦ୍ଧ ଥଣ୍ଡା ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ସହରରେ ୧୦ଟି ଅମୃତଧାରା ରହିଛି ।  ଆଗକୁ ଆହୁରୀ ନୂତନ ଅମୃତଧାରା ପ୍ରକଳ୍ପ ହାତକୁ ନିଆଯିବା ସହ ସମସ୍ତ ପ୍ରକଳ୍ପର ସବୁ ସମୟରେ କାର୍ଯ୍ଯକ୍ଷମ କରିବ ବୋଳି ନୂତନ ଭାବେ ଦାୟିତ୍ବ ପାଇଥିବା କନଭେନର ଶ୍ରୀ ଜୈନ ପ୍ରକାଶ କରିଛନ୍ତି । 

ଅନ୍ୟପକ୍ଷରେ ଶ୍ରୀ ଜୈନଙ୍କୁ ଓଡିଶା ଜୈନ ସ୍ବତାମ୍ବର ସଭାର ମହାମନ୍ତ୍ରୀ ଅନୁପ ଜୈନ, ସାମ୍ବାଦିକ ପବନ ଅଗ୍ରୱାଲ, ସମାଜସେବୀ ଅନିଳ ମୋଦି,ଆଶୁକବି ହେମନ୍ତ ଦାସ, ସାମ୍ବାଦିକ ଅଜିତ ସାହୁ, ବରିଷ୍ଠ ବିଜେପି ନେତା ବିକାଶ ଶର୍ମା ଆଦି ବହୁ ଗଣମାନ୍ୟ ବ୍ୟକ୍ତିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।

Exit mobile version