ବିଧାୟକଙ୍କ ଦୁର୍ଗମ ଅଞ୍ଚଳ ଧୂମାକୋଟ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ କରୋନା ସଚେତନ କରାଇଥିଲେ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କୁହୁଡି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଧୂମାକୋଟ କୁ ଆଜି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଗସ୍ତ କରି ଲୋକଙ୍କୁ କରୋନାରେ ସଚେତନ ରହିବାକୁ ବୁଝେଇବା ସହିତ ମାସ୍କ, ସନିଟାଇଜର , ସାମାଜିକ ଦୁରତ୍ଵ ବିଷୟରେ ବୁଝେଇ ଥିଲେ ଓ ଗ୍ରାମବାସୀ ଙ୍କ ଠାରୁ ସମସ୍ୟା ପଚାରି ବୁଝିବା ସହ ରାସନ୍ କାର୍ଡ, ପେନସନ, ରାସ୍ତା ଓ ପାନୀୟ ଜଳ ବିଷୟରେ ଆଲୋଚନା କରି ତାର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ l

ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି ଗସ୍ତ ସମୟରେ ବିଜେଡି ବ୍ଲକ ସଭାପତି ଗୌରହରି ନାୟକ, ଜୋନ ସଭାପତି ଯୁବରାଜ ଜଗତ, ବଳରାମ ପଟ୍ଟନାୟକ, ସମିତି ସଭ୍ୟ ନୀଳମଣି ଗୌଡ଼, ବ୍ଲକ ବିଜେଡି ଛାତ୍ର ସଭାପତି ସଚିନ ଚୌହାନ,ସେଶମଲ୍ ନାୟକ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ସୁନାନୀ, ପ୍ରେମ ଗୌଡ଼,ରାମଲାଲ ମାଝି, ପୁଷ୍ପଧ୍ଵଜ ମାଝୀ ଙ୍କ ସମେତ ଧୂମାକୋଟ ଗ୍ରାମବାସୀ ଉପସ୍ଥିତି ଥିଲେ l

Exit mobile version