ଅନଲାଇନ ଖେଳରୁ ଗଣ୍ଡଗୋଳ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ମୋବାଇଲରେ ଅନଲାଇନ ଖେଳରୁ ପ୍ରଥମେ ବଚସା ଓ ପରେ ମାରଣାତ୍ମକ ଆକ୍ରମଣ ନେଇ ମଙ୍ଗଳବାର ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ରୁ ପ୍ରକାଶ ଯେ, କିଛି ଦିନ ତଳେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ତଳ ହରିଜନ ସାହିର ସୁଶାନ୍ତ ଦାସ ବ୍ରହ୍ମପୁର ସଦର ଥାନା ଚଣ୍ଡୀ ପଦର ଅଞ୍ଚଳର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ମୋବାଇଲରେ ଅନଲାଇନ ଖେଳୁଥିଲେ । ଖେଳରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ସୁଶାନ୍ତ ଆଉ ମୋବାଇଲରେ ଅନଲାଇନ ଖେଳିଲେ ନାହିଁ । ମଙ୍ଗଳବାର ପୂର୍ବାହ୍ନରେ ସୁଶାନ୍ତ ଓ ତାଙ୍କ ଗ୍ରାମର ଜଣେ ସାଙ୍ଗ କୈଳାଶ ଦାସ ସାହି ଛକରେ କଥା ହେଉଥିଲେ ।

ଏହି ସମୟରେ ଗୋଟିଏ ବାଇକରେ ଚଣ୍ଡୀ ପଦରର ୨ଜଣ ଗୋଟିଏ ବାଇକରେ ଆସି ଅନଲାଇନ ଖେଳକୁ କେନ୍ଦ୍ର କରି ସୁଶାନ୍ତଙ୍କୁ ଗାଳି ଗୁଲଜ କରିିଥିଲେ । କୈଳାଶ ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଉକ୍ତ ୨ଜଣ ଠେଙ୍ଗା ଓ ପଥରରେ ଆକ୍ରମଣ କରିବାରୁ ସୁଶାନ୍ତଙ୍କ ମୁୁୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାରେ ସୁଶାନ୍ତ ଓ ସାହିର ଅନ୍ୟମାନଙ୍କୁ ମଧ୍ୟ ୨ଜଣ ଗାଳିଗୁଲଜ ଓ ଧମକ ଦେଇ ଫେରାର ହୋଇଯାଇଥିଲେ । ଏଥି ନେଇ ସୁଶାନ୍ତ ମଙ୍ଗଳବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ନଂ ୨୬୪/୨୧ରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁୁଥିବା ପ୍ରକାଶ । 

Exit mobile version