ଅମାନିଆଙ୍କୁ ସାବାଡ଼ କରିବା କରିବାକୁ ପ୍ରଶାସନ ପୁଣି କଠୋର

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ହିଞ୍ଜିଳିକାଟୁ :-  ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଜନସାଧାରରଙ୍‌କ ପାଇଁ ଘାତକ ସାଜିଛି । ଏହାକୁ ମାତ ଦେବା ପାଇଁ ମାସ୍କ ପରିଧାନ, ଦାମାଜିକ ଦୂରତ୍ୱ ରକ୍ଷାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କରୋନାକୁ ପ୍ରତିହିତ କରିବା ପାଇଁ ନାଇଟକର୍ଫ୍ୟୁ ସମେତ ସପ୍ତାହନ୍ତ ସଟଡ଼ାଉନ ଓ ଲକଡ଼ାଉନ ଘୋଷଣା କରାଯାଇଛି । ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ ୟାସ ଯୋଗୁଁ କଟକଣାକୁ ସ୍ଥାନୀୟ ପ୍ରଶାସନ ସାମାନ୍ୟ କୋହଳ କରିବା ପରେ ପ୍ରଶାସନର ଯାଂଚ ଓ ଚଢାଉରେ ଶିଥିଳତା ଆସିଥିବା ବେଳେ ସ୍ଥାନୀୟ ଅଂଚଳର ଜନସାଧାରଣ ବି ବେପାରୁଆ ହୋଇ ଯାଇଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଂଚଳର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ଅଂଟା ଭିଡ଼ିଛି । ନିୟମକୁ କଠୋର ଭାବେ ପାଳନ କରିବା ପାଇଁ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଯାଂଚ ଆରମ୍ଭ ସହ ବିନା

ମାସ୍କରେ ବୁଲୁଥିବା ଲୋକ ମାନଙ୍କ ଠାରୁ ଜୋରିମାନା ଆଦାୟ ପ୍ରକିୟା ଚାଲୁ ରହିଛି । ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପୁଲିସ ବାହୀନି ଓ ପୌର ପରିଷଦର ଏନଫୋର୍ସମେଂଟ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଂଚ କରି ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଯାଉଥିବା ଲୋକ ମାନଙ୍କୁ ଛାଡ଼ିବା ସହ ବିନା କାରଣରେ ବାହାରେ ବୁଲୁଥିବା ଲୋକ ମାନଙ୍କୁ ଘରକୁ ଯିବା ପାଇଁ ତାଗିଦ କରୁଥିବାର ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଅନାବଶ୍ୟକରେ ବାହାରେ ବୁଲୁଥିବା, ମାସ୍କ ବ୍ୟବହାର କରୁନଥିବା ଓ ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ ପ୍ରକିୟା ଜାରୀ ରହିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

( ରିପୋର୍ଟ : ଶୁସାନ୍ତ ପ୍ରଧାନ ) 

Exit mobile version