“ୟାସ୍‌” ବାତ୍ୟାର ପ୍ରଭାବ କୁ ଆଖିରେ ରଖି ବାଙ୍କୀ ପ୍ରଶାସନ ୪୩୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ବାଙ୍କୀ :- ସାମୁଦ୍ରିକ ବାତ୍ୟା “ୟାସ୍‌” ର ଭୟଙ୍କର କ୍ଷତି କୁ ଆଖି ଆଗରେ ରଖି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ତତ୍ୱାବଧାନରେ ବାଙ୍କୀ ଉପଖଣ୍ଡ ର ବାଙ୍କୀ ବ୍ଲକ, ଡମପଡା ବ୍ଲକ ଓ ବାଙ୍କୀ ଏନଏସି ର ବିଭିନ୍ନ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳ କୁ ଚାଲ ଘର,ଆବଜେଷ୍ଟ ଓ ବିପଦ ପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ଅଣା ଯାଇଥିଲା । ଗତ୨ ଦିନ ହେବ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ଙ୍କ ନିର୍ଦେଶ ରେ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ ଲୋକ ମାନଙ୍କୁ ବାତ୍ୟା ସମ୍ପର୍କରେ ସତର୍କ କରାଯାଇ ଥିଲା ।

ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଙ୍କୀ ଉପଖଣ୍ଡ ଚିକିତ୍ସା ଲୟ ର ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ମାନେ ଥରର୍ମାଳ ପରୀକ୍ଷା କରେଇ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳ ରେ ଆଶ୍ରୟ ନେବାକୁ ଆସୁଥିବା ବ୍ୟକ୍ତି ଙ୍କୁ ଛାଡ଼ୁଥିଲେ । ଉପଜିଲ୍ଲାପାଳ ନିଜେ ବିଭିନ୍ନ ଆଶ୍ରୟ ସ୍ଥଳ ବୁଲି ଲୋକ ମାନଙ୍କର ସୁବିଧା ଅସୁବିଧା ବୁଝିବା ସହ କୋଭିଡ ନିୟମ ମାନି ସମସ୍ତେ ରହି ବାକୁ ଅନୁରୋଧ କରିଥିଲେ। ବାଙ୍କୀ ଉପଖଣ୍ଡ ରେ ୧୭ଗୋଟି ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳ ରେ ୪୩୭ ବ୍ୟକ୍ତି ଙ୍କୁ ଆଶ୍ରୟ ପ୍ରଦାନ କରାଯାଇ ସେମାନଙ୍କୁ ରନ୍ଧା ଓ ଶୁଖୁଲା ଖାଦ୍ୟ ପ୍ରଦାନ କରାଯାଇଛି ।

ଆଜି ବାତ୍ୟା ର ପ୍ରଭାବ ରେ ବାଙ୍କୀ ର କିଛି କ୍ଷତି ହେବ ନାହିଁ ଖବର ପାଇ ବହୁ ବ୍ୟକ୍ତି ନିଜ ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଛି।ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ଙ୍କ ବାତ୍ୟା ଆଶ୍ରୟ ସ୍ଥଳ ରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବୁଝି ଥିବାରୁ ବାଙ୍କୀ ର ବହୁ ବୁଦ୍ଧି ଜୀବୀ ତାଙ୍କୁ ପ୍ରଶଂସା କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର)

Exit mobile version