ମାସ୍କ କୁ ଗୁରୁତ୍ୱ, ହେଲେ ବେପାର ଧିମା

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ହିଞ୍ଜିଳିକାଟୁ :-  ମହାମାରୀ କରେନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଯେପରି ସାଂଘାତିକ ରୁପ ଧାରଣ କରିଛି, ସେଥିରେ ମାସ୍କକୁ ସବୁଠାରୁ ବଡ଼ ସୁରକ୍ଷା କବଚ କୁହାଯାଇଛି । ଗୋଟାଏ ନୁହେଁ ବରଂ ୨ଟି ଲେଖାଏଁ ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ରୋକିବାକୁ ହେଲେ ମାସ୍କ ପରିଧାନ କରିବାକୁ କୋଭିଡ଼ ଗାଇଡ଼ଲାଇନରେ ପ୍ରାଥମିକତା ଦିଆଯାଇଛି । ଘରୁ ବାହାରକୁ ଘରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନରେ ଯାଂଚ କରି ବିନା ମାସ୍କରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଦିନକୁ ଦିନ ମାସ୍କର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଦିନକୁ ଦିନ ଛତୁ ଫୁଟିଲା ଭଳି ମାସ୍କ ଦୋକାନ ଗୁଡ଼ିକୁ ଗଢି ଉଠୁଛି । ଭଳିକି ଭଳି ରଙ୍ଗୀନ ଓ ଡ଼ିଜାଇନର ମାସ୍କ ବିକୁଛନ୍ତି ଦୋକାନୀ ।

ଗ୍ରାହକଙ୍କ ମନ ପସନ୍ଦର ମାସ୍କ ବିକ୍ରି କରିବା ଲାଗି ମାସ୍କ ବ୍ୟବସାୟୀ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିବା ଭଳି ମନେ ହେଉଛି । କପଡ଼ା ମାସ୍କ ସମେତ ସମ୍ବଲପୁରୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ସିଲେଇ କରି ସୁଲଭ ମୁଲ୍ୟରେ ବିଭିନ୍ନ ଡ଼ିଜାଇନର ମାସ୍କ ବଜାରରେ ବିକ୍ରି ହେଉଛି । ତଥାପି ଚଳିତ ବର୍ଷ ଆଶାନୁରୁପକ ବ୍ୟବସାୟ ହେଉନଥିବା ନେଇ କିଛି ମାସ୍କ ବ୍ୟବସାୟୀ କହିଛନ୍ତି । ଗତ ବର୍ଷ ଦିନକୁ ୨ଶହରୁ ୩ଶହ ପର୍ଯ୍ୟନ୍ତ ମାସ୍କ ବିକ୍ରି ହେଉଥିବା ବେଳେ ଚଳିୀତ ବର୍ଷ ପ୍ରଥମେ ପ୍ରଥମେ ଦିନକୁ ୫୦ରୁ ୮୦ଟି ଲେଖାଏଁ ବିକ୍ରି ହେଉଥିବା ବେଳେ ଗତ ସପ୍ତାହେ ଧରି ଦିନକୁ ମାତ୍ର ୧୦ଟି ବିକ୍ରି ହେଉଛି କି ନାହିଁ ସନ୍ଦେହ । ଲୋକେ କପଡ଼ା ମାସ୍କ ଅପେ’ା ଓøଷଧ ଦୋକାନରୁ ମେଡ଼ିକେଟଡ଼ ମାସ୍କ କିଣୁଥିବା ବେଳେ ବହୁ ଲୋକେ ଅନଲାଇନ ଯୋଗେ ବହୁ ସଂଖ୍ୟକ ଏନ-୯୫ ମାସ୍କ କିଣୁଥିବା ଜଣାପଡ଼ିଛି । ଏପରିକି ଚଳିତ ବର୍ଷ କରୋନା ଭୟ ସାଙ୍ଗକୁ ପୁଲିସ ଯାଂଚ ଭୟରେ ଲୋକେ ଘରୁ ବାହାରକୁ ବାହାରିବାକୁ ଉଚିତ ମଣୁନାହାନ୍ତି । ଟଦ୍ୱାରା ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାସ୍କର ଚାହିନା ଅଧିକ ରହିଥିଲେ ମଧ୍ୟ ବଜାରରେ ମାସ୍କ ବିକ୍ରି ଯଥେଷ୍ଟ ପରିମାଣରେ ଧିମେଇ ଯାଇଛି ବୋଲି ସ୍ଥାନୀୟ ଅଂଚଳର କିଛି ମାସ୍କ ବ୍ୟବସାୟୀ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ ) 

Exit mobile version