ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ , ୩୨ଟି ରାଜସ୍ଵ ଗ୍ରାମ ଗୁଡିକରେ କୋରନା ସଚେତନତା ଓ ଟୀକାକରଣ ନେଇ ଅନୁଧ୍ୟାନ କଲେ ଜିଲ୍ଲାପାଳ ଅନୁପମ ଶାହା

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ପାରଳାଖେମୁଣ୍ଡି :- ସାରା ରାଜ୍ୟରେ କୋରନା ସଂକ୍ରମଣ ବଢ଼ୁଥିବା ସହ କୋରନାର ଦୂତୀୟ ଲହର ଗାଁ ମୁହାଁ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ କୋରନାର ସଂକ୍ରମଣକୁ ଦୂରରେ ରଖିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯେମିତି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଦୀର୍ଘ ବର୍ଷ ହେଲା ଲାଞ୍ଜିଆ ସଉରା ଆଦିବାସୀଙ୍କ ବିକାଶ ଦିଗରେ ଅନବରତ କାର୍ଯ୍ୟ କରି ଆସୁଛି । ଗତ ୨୨/୦୫ ତାରିଖରୁ ୨୬/୦୫ ପର୍ଯ୍ୟନ୍ତ ଏଲଏସଡ଼ିଏ ତରଫରୁ କୋରନା ସଚେତନା ଶିବିର ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ଏଲଏସଡ଼ିଏ ସେରଙ୍ଗର ୩ଟି ପଞ୍ଚାୟତ ଭୁବନି, ଅଜୟଗୋଡ଼ କୁଜସିଂ ୩୨ଟି ରାଜସ୍ବ ଗ୍ରାମରେ କୋରନା ସଚେତନା ନିମନ୍ତେ କାର୍ଯ୍ୟ କରୁଛି ଏବଂ ଆଦିବାସୀଙ୍କ ଅତି ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ଦ୍ଵାରା ଏକ ଆମ୍ବୁଲାନ୍ସ ବି ରଖାଯାଇଛି ।

ସମସ୍ତ ଗାଁକୁ ଯାଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କୋଭିଡ ୧୯ ନିୟମ ପାଳନ କରିବାକୁ ଲୋକଙ୍କୁ କୁହାଯାଇଛି ଯେମିତି ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା,ହାତକୁ ସାବୁନରେ ଧୋଇବା ଘର ଘର ବୁଲି ଅମ୍ଳଜାନ ମାପିବା,ସ୍କିନିଂ ଟେଷ୍ଟ ଓ ମୁଖ୍ୟତ ଟୀକା ନେବା ପାଇଁ ଲୋକଙ୍କୁ ସଚେତନା କରିବା ସହ ଆଜି ଭୁବନି ପଞ୍ଚାୟତର ଅମେଇସିଙ୍ଗ ଗ୍ରାମରେ ଟୀକାକରଣ କରାଯାଇଥିଲା । ଏ ନେଇ ଜିଲାପାଳ ଅନୁପମ ସାହା ଆଜି ଅମେଇସିଙ୍ଗ ଯାଇ ଟିକାରଣକେନ୍ଦ୍ର ଅନୁଧ୍ୟାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ପିଏଆଇଟିଡ଼ିଏ ସୋରଜ କୁମାର ବେହେରା,ଗୁମ୍ମା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ବିଡ଼ିଓ ନଟବର ଗରଡ଼ା,ଏସଓ ପ୍ରସନ୍ତ କୁମାର ମିଶ୍ର , ପି.ଜୀବନ ଦାସ,ବସନ୍ତ କୁମାର ତପନ,ରାଧା ଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version