ବାତ୍ୟା ୟସ୍‌ର ଗତିବିଧି, କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟ  – ସ୍ବତନ୍ତ୍ର ରିଲିଫ କମିଶନର, ଓଡ଼ିଶା

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ଭୁବନେଶ୍ୱର :- ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି।ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି । ଏନ୍‌ଡିଆର‌୍‌ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ସେବା ସ୍ବତନ୍ତ୍ର ଦଳ ଉପୁଡି ପଡିଥିବା ଗଛ ଓ ଗଛଡାଳ ପ୍ରଭୃତି ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି । ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି ।

ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା  ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି । ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ମଧ୍ୟରୁ ଜଳସ୍ତର ଏବେ ୨୧ ମିଟରରେେ ସୀମିତ ରହିଛି । ତେବେ ଆଗୁଆ ସତର୍କତା ନିମନ୍ତେ ସଂପୃକ୍ତ ଅଞ୍ଚଳର ଏକାଧିକ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Exit mobile version