ନବୀନ ଙ୍କୁ ଅନୁସରଣ କରୁଛନ୍ତି କି ମୋଦି !

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-10.3.2020 ଆଜି ହେଉଛି ରଙ୍ଗ ର ପର୍ବ ହୋଲି । ଚାରିଆଡେ ରଙ୍ଗ ଅବିରରେ ସମସ୍ତେ ସମସ୍ତଙ୍କୁ ଭିଜେଇବାରେ ଆଉ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ। ଅବଶ୍ୟ କରୋନା ପାଇଁ କିଛି ଜାଗାରେ ହୋଲି ଖେଳ କୁ ବନ୍ଦ ରଖାଯାଇଛି ଆଉ ବେଶି ସମାଗମ ହୋଇ ନ ଖେଳିବା ପାଇଁ ବହୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିଭିନ୍ନ ରାଜନେତା ନିଜ ନିଜର ସୋସିଆଲ ମେଡିଆ ରେ ଶୁଭେଚ୍ଛା ଜଣାଉଛନ୍ତି । ଆଉ ଏ ଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଆରମ୍ଭ ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ସାମିଲ ହୋଇଛନ୍ତି । କିନ୍ତୁ ଚିରାଚରିତ ଭାବରେ ବିଭିନ୍ନ ପର୍ବ ପର୍ବାଣୀ ରେ ନବୀନ ଯେମିତି ନିଜ ଫୋଟକୁ ପ୍ରାଧାନ୍ୟ ନ ଦେଇ ପର୍ବର ଫୋଟକୁ ଗୁରୁତ୍ୱ ଦିଅନ୍ତି ଆଜି ଭି ସେମିତି ହୋଲିରେ ଶ୍ରୀ ଜଗନ୍ନାଥଙ୍କ ଫୋଟକୁ ନିଜ ସୋସିଆଲ ମେଡିଆରେ ଉପଲୋଡ କରିଛନ୍ତି

ହେଲେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସୋସିଆଲ ମେଡିଆରେ ସଦାବେଳେ ନିଜର ଦାମୀ ଦାମୀ କୋଟ ରେ ଫୋଟ ଉଠାଇ ଉପଲୋଡ କରୁଥିବାବେଳେ ଆଜି କିନ୍ତୁ ଭିନ୍ନ ଢଙ୍ଗରେ ଅପଲୋଡ କରିଛନ୍ତି ଯେଉଁଥିରେ ନିଜ ଫୋଟୋ ନାହିଁ । ଜନସାଧରଣରେ ଅଲୋଚନା ଚାଲିଛି ଧୀରେ ଧୀରେ ନବୀନ ଙ୍କ ଠାରୁ ମୋଦି ଅନୁସରଣ କରିବା ଆରମ୍ଭ କରିସାରିଲେଣି । ନବୀନ ଉପଲୋଡ କରିବାର ୧ ଘଣ୍ଟା ୪୫ ମିନିଟ ପରେ ମୋଦି ଉପଲୋଡ଼ କରିଛନ୍ତି ତେଣୁ ଅଲୋଚନା ହେବା ଟା ନିଶ୍ଚିନ୍ତ।

Exit mobile version