ଆମ ସମାଜ କାହିଁକି କୃଷିଭିତ୍ତିକ ?

କାହିଁକି ଚାଷ ଆମର ମେରୁଦଣ୍ଡ ..?

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ଭୁବନେଶ୍ୱର :- ଏକଥା ଅନେକଙ୍କ ମନକୁ ଆନ୍ଦୋଳିତ କରୁଥିଲେ ବି ଏହା ବିଜ୍ଞାନ ସମ୍ମତ । କାରଣ ଆମର ଚାଷୀ ଆରମ୍ଭରୁ ହିଁ ବିଜ୍ଞାନୀ । ବର୍ଷର ୧୨ ମାସ ଚାଷ ସହ ମଣିଷ ସମାଜକୁ ଯୋଡ଼ି ରଖିବାକୁ ଅକ୍ଷି ତୃତୀୟାରୁ ପଣା ସଂକ୍ରାନ୍ତି ଯାଏଁ ବର୍ଷ ତମାମ ଆମ ପରମ୍ପରା ସହ ଯୋଡ଼ି ହୋଇରହିଛି ପର୍ବପର୍ବାଣୀ । ସେସବୁ ପୁଣି କୃଷିଭିତ୍ତିକ ଓ ଋତୁଚକ୍ର ସମ୍ମତ ।  ଆମ ପୂର୍ବ ପୁରୁଷମାନେ ଅତ୍ୟନ୍ତ ଚତୁର ଥିଲେ । ମଣିଷ ସମାଜର କ୍ରମ ବିକାଶ ସହ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟ ସରଂଚନା କରିଥିଲେ ।

ଯଦି ପ୍ରତ୍ୟେକ ପର୍ବକୁ ଆମେ ବିଶ୍ଳେଷଣ କରିବା ତା ପଛରେ ଏକ ବିଜ୍ଞାନ ସମ୍ମତ ଯୁକ୍ତି ଅନ୍ତର୍ନିହିତ ଥାଏ । ବିଶେଷ କରି ଯେତେ ସବୁ ମୁଖ୍ୟ ପର୍ବ ସେ ଭିତରୁ ଅଧିକାଂଶ କୃଷି ସହ ଜଡ଼ିତ । ଅର୍ଥାତ କୃଷିଭିତ୍ତିକ । ଋତୁଚକ୍ର ସହ ତାଳଦେଇ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଅନେକଗୁଡ଼ିଏ କାରଣ ମଧ୍ୟରୁ ଯେଉଁ କେତୋଟି ପ୍ରମୁଖ କାରଣ ଯଥା – ସମୟ ଭିତ୍ତିକ ଚାଷ କାମ ତା ମଧ୍ୟରେ ଚାଷ ଏବଂ ଚାଷୀଙ୍କୁ ଅଗ୍ରାଧିକାର ଏବଂ ସମ୍ମାନ ଦିଆଯାଇଥାଏ ।

ସେମାନେ ବୁଝିଥିଲେ କୃଷି , କୃଷକ , କୃଷିଜାତ ଦ୍ରବ୍ୟର ମୂଲ୍ୟ ସମାଜ ଓ ସଭ୍ୟତା ପାଇଁ କେତେ ଆବଶ୍ୟକ । ପରମ୍ପରା ଭୁଲିଗଲେ ମୂଲ୍ୟବୋଧ ସାରିଯାଏ । – ତେଣୁ ଆସ ପରମ୍ପରାକୁ ଉଜ୍ଜିବିତ କରିରଖିବା ଏବଂ ଚାଷ , ଚାଷୀ , ଚାଷଉତ୍ପାଦିତ ଦ୍ରବ୍ୟ ପ୍ରତି ସମ୍ମାନ ବଢ଼ାଇବା । କୃଷି ଭିତ୍ତିକ ପର୍ବ – ଆଦ୍ୟ ପର୍ବ – ଅକ୍ଷୟ ତୃତୀୟାର ଅନୁଚିନ୍ତା –

ନିମ୍ନରେ ପ୍ରମୁଖ କୃଷି ଭିତ୍ତିକ ପର୍ବର ତାଲିକା ଦିଆଗଲା  କୃଷିଭିତ୍ତିକ ପର୍ବ ପର୍ବାଣୀ ଓଡ଼ିଆ ମାସ ଅନୁସାରେ :-

୧. ଅକ୍ଷୟ ତୃତୀୟା

୨. ଶୀତଳ ଷଷ୍ଠୀ

୩. ରଜ ଉତ୍ସବ

୪. ଭୂମିଦାହ

୫. ବସୁମତୀ ସ୍ନାନ

୬. ମନସା ପଞ୍ଚମୀ ( ନାଗପୂଜା )

୭. ଚିତାଲାଗି ଅମାବାସ୍ୟା

୮. ଶ୍ରୀ ବଳଦେବ ଜନ୍ମ ( ଗହ୍ମା ପୂର୍ଣ୍ଣିମା )

୯. ନୂଆଖାଇ

୧୦. ସୁନିଆଁ

୧୧. ଜହ୍ନିଓଷା

୧୨. ଗଜଲଷ୍ମୀ ପୂଜା

୧୩. ଗର୍ଭଣା ସଂକ୍ରାନ୍ତି

୧୪. ଗୋବର୍ଦ୍ଧନ ପୂଜା

୧୫. ଗୋଷ୍ଠାଷ୍ଟମୀ

୧୬. ଅଂଳା ନବମୀ

୧୭. ମାଣ ଓଷା

୧୮. ବାଟ ଓଷା

୧୯. ବଉଳ ଅମାବାସ୍ୟା

୨୦. ମକର ସଂକ୍ରାନ୍ତି

୨୧. ଅଗ୍ନିତ୍ସୋବ

୨୨. ପଣା( ମହାବିଷୁବ) ସଂକ୍ରାନ୍ତି

Exit mobile version