ଭୋଜି ବନ୍ଦ କଲା ରାଜସ୍ବ ପ୍ରଶାସନ: ୨ ହଜାର ଜରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି।ସବୁଠାରେ ଘନଉଛି ଭୀଷଣ ସଂକ୍ରମଣ।ସଂକ୍ରମଣର ତୀବ୍ରତା ବେଶ କିଛି ଦିନ ଧରି ବୃଦ୍ଧି ପାଉଛି।କିଛି ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ କିଛି ସଂକ୍ରମିତଙ୍କ ମୁଣ୍ଡ ଗଡ଼ିଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ବ୍ୟବସ୍ଥା ଓ ଜୀବନ ଜୀବିକା ପ୍ରଭାବିତ ହୋଇ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ଅତି ସଙ୍ଗୀନ। ବେହାଲ ଆଡକୁ ଗତି କରୁଛି। କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୨୫ ଓ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ ପାଇଁ ସର୍ବାଧିକ ୨୦ ଜଣଙ୍କୁ ନେଇ

ଆୟୋଜନ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ହିଞ୍ଜିଳି ଥାନା ନନ୍ଦିକ ଗ୍ରାମର ହାଡୁ ଗଉଡ କୋଭିଡ ନିୟମକୁ ଉଲ୍ଲଂଘନ କରି ମଙ୍ଗଳବାର ପୂର୍ବାହ୍ନରେ ଏକାଦଶ ଦିବସୀୟ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରାଯାଇଥିଲା । ଖବର ପାଇ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା , ବିଡିଓ ସୁବ୍ରତ କୁମାର ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଏସ ଆଇ ବାସୁଦେବ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ କୋଭିଡ ନିୟମ ଅନୁସାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ନିୟମକୁ ଉଲ୍ଲଂଘନ କରି ଏକାଦଶ ଦିବସୀୟ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରିଥିବାରୁ ଆୟୋଜନକାରୀଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version