ଜିଲ୍ଲାପାଳଙ୍କ ଦ୍ୱାରା ସହରାଞ୍ଚଳରେ ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ହିଞ୍ଜିଳିକାଟୁ :-  କରୋନାର ଦ୍ଵିତୀୟ ଲହର ଏବେ ସମସ୍ତଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଭୟଙ୍କର ରୁପ ଧାରଣ କରି ଦିନକୁ ଦିନ ଅତି ମାରାତ୍ମକ ହୋଇଛି କରୋନା ଭୁତାଣୁ। ସଂକ୍ରମଣର ତୀବ୍ରତା ବୃଦ୍ଧି ପାଇବା ସହ ସଂକ୍ରମିତ ଓ ଜନ ସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ଚାଲିଛି ଦ୍ଵିତୀୟ ଲହର।ଏହାର ଦୃଢ଼ ମୁକାବିଲା ସକାଶେ ରାଜ୍ୟ ସରକାର ସବୁ ସ୍ତରରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।ରାଜ୍ୟବାସୀଙ୍କ ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ଜୀବିକା ପ୍ରତି ଗୁରୁତ୍ୱ ପ୍ରଦାନ କରି ରାଜ୍ୟରେ କୋଭିଡ ମୁକାବିଲା ଲାଗି ଦୃଡ଼ ପରିକର ହୋଇଛନ୍ତି ରାଜ୍ୟ ସରକାର।ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରତି ଅଗ୍ରାଧିକାର ଦେଇ ଟୀକାକରଣ,ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରି ମୁକାବିଲା ଦିଗରେ ସରକାର ଯତ୍ନଶୀଳ ଓ ତତ୍ପର।ସହର ଠାରୁ ଗ୍ରାମାଞ୍ଚଳ ଯାଏଁ ଦ୍ଵିତୀୟ ଲହରକୁ ପ୍ରତିହତ କରିବା ଲାଗି ସଜାଗ ରହିଛି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ।

ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍କାଳ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଇଛି । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ପୋୖରାଞ୍ଚଳର ୨୧ଟି ୱାର୍ଡରେ ଘରକୁ ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସମ୍ପ୍ରତି କରୋନାର ଦୃଢ଼ ମୁକାବିଲା କରିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି କରୋନା ଯାଞ୍ଚ ଅଭିଯାନ।ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଇ ୨୪ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋୖରାଞ୍ଚଳରେ ଘରକୁ ଘର କରୋନା ଯାଞ୍ଚ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ହିଞ୍ଜିଳିରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ନୂତନ ବସ ଟର୍ମିନାଲ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ତହସିଲଦାର ପ୍ରଭାତ କୁମାର ପରିଡ଼ା,ବିଡ଼ିଓ ସୁବ୍ରତ କୁମାର ଜେନା,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ଓ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ପ୍ରମୁଖଙ୍କ ଗହଣରେ ଜିଲ୍ଲାପାଳ କୁଲାଙ୍ଗେ ସବୁଜ ପତାକା ପ୍ରଦର୍ଶନ କରି କୋଭିଡ ଯାଞ୍ଚ ଗାଡିର ଶୁଭାରମ୍ଭ କରିଥିଲେ।ଏଥିସହ ବୃକ୍ଷ ରୋପଣ,ଉନ୍ନୟନ କାର୍ଯ୍ୟ ଓ କରୋନା ସ୍ଥିତି ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ କର୍ମଚାରୀ କୃତ୍ତିବାସ ପାତ୍ର ଓ ବିନାୟକ ରଥ ପ୍ରଥମେ ଅରୁଣ କୁମାର ସାହୁଙ୍କ ସ୍ୱାବ ସଂଗ୍ରହ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଇ. କିଶନ କୁମାର ପାତ୍ର,ପୌର କର୍ମଚାରୀ,ସ୍ୱଚ୍ଛ ସାଥି,ସ୍ୱଚ୍ଛ ପରିଚାଳିକା ଙ୍କ ସମେତ ଶରତ ଚନ୍ଦ୍ର ସାବତ,କୋରାମଣି ରାଉଳ,ଯୁଧିଷ୍ଠିର ସ୍ୱାଇଁ ଓ ପ୍ୟାରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version