ବାମପନ୍ଥୀ ନେତା ଶ୍ରୀନୁ ବେହେରାଙ୍କ ପତ୍ନୀଙ୍କର କୋରନା ରେ ବିୟୋଗରେ ଶୋକ ଶୋଭା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର)ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସହର ର ଜଣାଶୁଣା ବାମପନ୍ଥୀ ନେତା ଶ୍ରୀନୁ ବେହେରାଙ୍କ ପତ୍ନୀ ଇଶ୍ୱରୀ ବେହେରାଙ୍କ କୋରନାରେ ବିୟୋଗ ଆଜି କେଉଟ ସାହି ବାସଗୃହ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାମପନ୍ଥୀ ନେତା ଜନ୍ନା ସୁବାଷ ଚନ୍ଦ୍ର ରାଓ, ଆଇନଜିବୀ ଉପେନ୍ଦ୍ର ନାୟକ, କେଦାର ଶବର, ପି.ମୂରଲୀ କ୍ରିଷ୍ଣା, ଏମ୍‌.ବାଙ୍ଗାରୀ ସମେତ ପ୍ରମୁଖ ବାମପନ୍ଥି ନେତାମାନେ ଏହି ଶୋକସଭାରେ ଯୋଗ ଦେଇ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ଏହି ନେତାମାନେ ଏନେଇ କହିଛନ୍ତି, ଇଶ୍ୱରୀ କରୋନାରେ ଆକ୍ରାନ୍ତ ହୋଇ ଆର୍‌.ସୀତାପୁର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଉପୁଯୁକ୍ତ ଚିକିତ୍ସା ଅଭାବରୁ ଏବଂ ଦାୟିତ୍ୱରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟସେବା ଯୋଗାଉ ଥିବା କର୍ମଚାରୀମାନଙ୍କ ଅବହେଳା କାରଣରୁ ଇଶ୍ୱରୀଙ୍କ ଅକାଳ ମୃତ୍ୟୁ ଘଟିଛି ବୋଲିଶୋକ ସଭାରେ ଉପସ୍ଥିତ ବାମପନ୍ଥୀ ନେତାମାନେ କହିଥିଲେ l ଆଗାମୀ ଦିନରେ ଇଶ୍ୱରୀଙ୍କ ଭଳି ଆଉ ଯେପରି ନ ମରିବେଏହାକୁ ନେଇ ସମସ୍ତ ବାଉମପନ୍ଥୀ ଦଳ ମିଳିତ ଭାବେ ଏହି କୋଭିଡ ମେଡିକାଲ ବିରୋଧରେ ଜନସାଧାରଣଙ୍କ ସହଯୋଗରେ ଅତି ଶୀଘ୍ର ଏ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version