ପ୍ରଣମ୍ୟ ମହାପୁରୁଷ, ଅମର ଆତ୍ମା ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ପାରଳାଖେମୁଣ୍ଡି :-  ପୁଣ୍ୟଶ୍ଲୋକ , ପ୍ରଣମ୍ୟ ମହାପୁରୁଷ , ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶାସନରେ ଅଭୂତପୂର୍ବ ଶୃଙ୍ଖଳିତ ଜନ ସେବା , ଗୋଲଟେବୁଲ ବୈଠକରେ ଅକାଟ୍ୟ ଯୁକ୍ତି ଉପସ୍ଥାପନା , ନବ ଉତ୍କଳ ଗଠନରେ ନିଜର ପ୍ରଚେଷ୍ଟା ଓ ସଫଳତା , ଶିକ୍ଷା , କ୍ରୀଡ଼ା , ନାରୀ ଶିକ୍ଷାର ପ୍ରଗତି, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଭୃତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ କିଛି ଯୋଜନା ଜିଲ୍ଲାରେ ଏବଂ ରାଜ୍ୟରେ ଅନୁମୋଦନ କରାଯାଉ ବୋଲି ସୌଜନ୍ୟ ମୂଳକ ଦାବି ଉପସ୍ଥାନ କରାଗଲା। ସଭାରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ପ୍ରାଧ୍ୟାପିକା ଶ୍ୱେତା ପଟ୍ଟନାୟକ , ଘନଶ୍ୟାମ ଜେନା , ପ୍ରମୋଦ ଚନ୍ଦ୍ର ପାଢ଼ୀ , ବିଷ୍ଣୁମୋହନ ଅଧିକାରୀ ପ୍ରଭୃତି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version