ଉତ୍କଳୀୟମ ଫାଉଣ୍ଡେସନ ଦ୍ୱାରା କରୋନା ଯୋଦ୍ଧାଙ୍କୁ କରୋନା କିଟ୍ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୫ ମେ ମଙ୍ଗଳବାର)  ରଣପୁର :- ଆଜି ନୟାଗଡ ଜିଲ୍ଲା ରଣପୁରର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ମା ମଣିନାଗ ପୀଠରେ ଉତ୍କଳୀୟମ ଫାଉଣ୍ଡେସନ ଦ୍ୱାରା କରୋନା ଯୋଦ୍ଧା ତଥା ରଣପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା କିଟ୍ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ, ନୟାଗଡ ଜିଲ୍ଲା ସଭାପତି ତଥା ଆଇନିଜୀବି ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା l

ଏଥିରେ ଓଡିଶା ସାମ୍ବାଦିକ ୟୁନିଅନର ନୟାଗଡ ଜିଲ୍ଲା ସଭାପତି ତଥା ରଣପୁର ପ୍ରେସ କ୍ଲବ ସଭାପତି ସୁକାନ୍ତ ପଟ୍ଟନାୟକ, ଉପସଭାପତି ଅଭିମନ୍ୟୁ ମହାରଣା,କାର୍ଯ୍ୟକାରିଣୀ ସଭାପତି ବିଶ୍ୱରଂଜନ ଆଚାର୍ଯ୍ୟ, ଉପଦେଷ୍ଟା ରମେଶ ପ୍ରଧାନ, କିଶୋର ରାଉତରାୟ, ରଘୁନାଥ ନାୟକ କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ଦାଶ, ସୁଶୀଲ କୁମାର ରଣା, ଲିସାରାଣୀ ମହାପାତ୍ର, ଚନ୍ଦ୍ରଭାନୁ ପରିଡା, ପ୍ରସନ୍ନ ସାହୁ, ପ୍ରସନ୍ନ ସାମନ୍ତରାୟ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯିବା ସହ ମାସ୍କ, ଗ୍ଳୋବ୍ସ, ଆଲୋବେରା ଆୟୁର୍ବେଦିକ ଭଳି କରୋନା କିଟ୍ ପ୍ରଦାନ କରାଯାଇଥିଲା l

ସୂଚନା ଥାଉ କି ଉତ୍କଳୀୟମ ଫାଉଣ୍ଡେସନ ଗତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳର ସାମ୍ବାଦିକ, ପୋଲିସ, ଡାକ୍ତରଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲା l ଚଳିତ ବର୍ଷ ବିଭିନ୍ନ ଗ୍ରାମାଞ୍ଚଳ, ଡାକ୍ତରଖାନା, ପୋଲିସ ଷ୍ଟେସନ, ବଜାର ତଥା ବିଭିନ୍ନ କାର୍ଯ୍ୟାଳୟକୁ ସାନିଟାଇଜିଙ୍ଗ କରୁଛନ୍ତି l ଉତ୍କଳୀୟମ ଫାଉଣ୍ଡେସନ ବିଭିନ୍ନ ସମୟରେ ଜନ ଉନ୍ନତି ମୂଳକ କାର୍ଯ୍ୟ କରି ପ୍ରଂଶସାର ପାତ୍ର ହୋଇ ପାରିଛି l

Exit mobile version