କରୋନା ବିପତ୍ତିରୁ ରକ୍ଷା ପାଇଁ ଶ୍ରୀନୃସିଂହଙ୍କ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ମଠ – ମନ୍ଦିର ଓ ବାସସ୍ଥାନରେ ଦୀପଦାନ

ଓଡ଼ିଶା ତାଜା ନ୍ୟୁଜ (୨୫ ମେ ମଙ୍ଗଳବାର)  ଭୁବନେଶ୍ୱର :- ରାଜ୍ୟବାସୀଙ୍କୁ କରୋନା ମହାମାରୀରୁ ରକ୍ଷା ପାଇଁ ଆଜି ନୃସିଂହ ଚତୁର୍ଦ୍ଦଶୀ, ନୃସିିଂହ ଜନ୍ମ ଅବସରରେ ରାଜ୍ୟର ବିଭିନ୍ନ ମଠ, ମନ୍ଦିର, ଆଶ୍ରମ ଓ ବାସଗୃହମାନଙ୍କରେ ହୋମ, ଯଜ୍ଞ, ଆଳତୀ ଓ ଦୀପଦାନ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି । ଏହି ଅବସରରେ ଶ୍ରୀମଦ୍ ବାବା ବଳିଆଙ୍କ ଅରିଲୋସ୍ଥିତ ଶିଶୁଅନନ୍ତ ଆଶ୍ରମରେ ଶ୍ରୀଜୀଉଙ୍କୁ ନୃସିଂହ ବେଶ ହେବା ସହ ଭଗବାନଙ୍କ ଚତୁର୍ଥ ଅବତାର ନୃସିଂହଙ୍କୁ ଆରତୀ କରାଯାଇଥିଲା ଓ ବାବା ଶ୍ରୀମଦ୍ ବଳିଆ ଦୀପଦାନ କରିଥିଲେ । ପୁରୀଠାରେ ସର୍ବପ୍ରାଚନୀ ମଠ ବାଲିସାହିସ୍ଥିତ ଶଙ୍କରାନନ୍ଦ ମଠରେ ପ୍ରାଚୀନ ନୃସିଂହ ମୂର୍ତ୍ତିକୁ ଆରାଧନା କରାଯାଇ ମନୋଜ ରଥଙ୍କ ଆବାହକତ୍ୱରେ ପଣ୍ଡିତ ବିଶ୍ୱମ୍ବର ଦାଶ ହୋମ କରିବା ସହ ଉଗ୍ରବୀର ନୃସିଂହଙ୍କୁ ଆରାଧନା କରାଯାଥିଲା ।

ରୁଦ୍ରପୁର ନିଗମ କଳ୍ପତରୁ ଆଶ୍ରମରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଖଣ୍ଡଗିରୀ ଦିବ୍ୟଜୀବନ ସଂଘ ପକ୍ଷରୁ ସ୍ୱାମୀ ଶିବଚିଦାନନ୍ଦ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ଏକାମ୍ର ସତ୍ୟସେବା ଆଶ୍ରମଠାରେ ବାବା ବାଳକାନନ୍ଦ ଦାସ, ମଦନପୁର, ରାମପୁର ଶ୍ରୀ ରାମକୃଷ୍ଣ ଆଶ୍ରମରେ ଶିଶୁବାବା ଏବଂ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ, ଆର୍ଯ୍ୟଭବନରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ୱର୍ଣ୍ଣଭବନଠାରେ ଡଃ ବଦ୍ରୀନାଥ ପଟ୍ଟାନୟକ,ସସ୍ତ୍ରିକ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି, ଭଦ୍ରକ ସରସ୍ୱତୀ ବିହାରଠାରେ ଡଃ ସଦାନନ୍ଦ ଦୀକ୍ଷିତ, ଆଡ଼ଭୋକେଟ ବନ ମହାନ୍ତି, ପୂର୍ବତନ କୁଳପତି ଡଃ ବିମଳନ୍ଦେୁ ମହାନ୍ତି, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ନିଜ ବାସଗୃହରେ,

ରାଜ୍ୟ ମଠ ମନ୍ଦିର ସେବାୟତ ପୂଜକ ସଂଘର କର୍ମକର୍ତ୍ତାମାନେ ରାଜ୍ୟର ବିଭିନ୍ନ ମଠ, ମନ୍ଦିରମାନଙ୍କରେ ଘୃତଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭୀଷଣ ଭଦ୍ର ମହାବିଷ୍ଣୁ ନୃସିଂହଙ୍କୁ ବର୍ତ୍ତମାନର କରୋନା ବିପତ୍ତିରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଉତ୍କଳ ବିଦ୍ୱତ ପରିଷଦର କର୍ମକର୍ତ୍ତା, ପଣ୍ଡିତ ପ୍ରବୀର କୁମାର ଦାଶ, ବ୍ରଜକିଶୋର ଦୀକ୍ଷିତ, ବିଜୟକୃଷ୍ଣ ଦାସ, ଶଙ୍କରାନନ୍ଦ ମଠର ଟ୍ରଷ୍ଟି ଦୁର୍ଗାପ୍ରସାଦ ମିଶ୍ର, ଇଂ ବିବେକାନନ୍ଦ ପାତ୍ର, ଡଃ ମନୋଜ ଲେଙ୍କା, ବରୁଣରାଜ ବେହେରା, ପ୍ରଭାତ କୁମାର ପାଣିଗ୍ରାହୀ, ଗଞ୍ଜାମର ସିଲୁ ଦାସ, ଝାରସୁଗୁଡ଼ାରେ ପିଙ୍କୁ ଦାସ, ଭଦ୍ରକଠାରେ ସୌମ୍ୟରଞ୍ଜନ ଗୋସ୍ୱାମୀ ଓ ଭଞ୍ଜନଗରଠାରେ କବୟିତ୍ରୀ ଶ୍ରୀମତୀ ନମିତା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version