ଦେବେନ୍ଦ୍ର ନାଏକ ମୋହନ ଗିରି ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତ

ଓଡ଼ିଶା ତାଜା ନ୍ୟୁଜ (୨୫ ମେ ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ମୋହନ ଗିରି ଫାଣ୍ଡିରେ କିଛି ମାସ ଧରି ଫାଣ୍ଡି ଅଧିକାରୀ ପଦବୀ ଖାଲି ପଡିଥିଲା। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ଦେବେନ୍ଦ୍ର ନାଏକ ନୂତନ ଭାବେ ମୋହନ ଗିରି ଫାଣ୍ଡିରେ ଯୋଗଦାନ କରିଛନ୍ତି। ଏଠାରେ ବିଶେଷ ସୂଚନାଯୋଗ୍ୟ ମୋହନ ଗିରି ଫାଣ୍ଡିଟି କଳାହାଣ୍ଡି ଜିଲ୍ଲା ସୀମାରେ ଅବସ୍ଥିତ ।

ଏହି ଫାଣ୍ଡି ଅଞ୍ଚଳରେ କନ୍ଧମାଳ,ବୈ।ଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ସୀମା ଲାଗିଛି। କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରି ଗଣମାଧ୍ୟମ ଜରିଆରେ ଶ୍ରୀ ନାଏକ ଲୋକଙ୍କୁ କରୋନା ମହାମାରୀ ସମୟରେ ଘରୁ ପଦାକୁ ନ ବାହାରି ସୁସ୍ଥ ରହିବା ସହ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ତୁଲାଇବି ବୋଲି ପ୍ରକାଶ କରିଛନ୍ତି।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version