ନେଇଥିବା ହିତାଧିକାରୀଙ୍କ ଠାରୁ ଅଧା ପ୍ରୋସାହ୍ନ ରାଶି ଫେରାଇଲେ ଦଲାଲ

ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ପାଟଣାଗଡ଼ :- ସରକାର ଗରିବ ଲୋକଙ୍କ ପାଇଁ ବିଜୁପକ୍କାଘର,ପ୍ରଧାନ ମନ୍ତ୍ରୀ ଆବାସ ଘର ଦେଉଛନ୍ତି ।ଏହି ଆବାସ ଘରକୁ ୪/୫ମାସ ଭିତରେ ଘର ସମ୍ପୂର୍ଣ୍ଣ ନିର୍ମାଣ କଲେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋସାହ୍ନ ରାଶି ମିଲୁଛି।ହେଲେ ଏହି ପ୍ରୋସାହ୍ନ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ପରେ ଜଣେ ଦଲାଲ ବ୍ଲକ କର୍ମୀଚାରୀଙ୍କ ନାଁ ଧରି ହିତାଧିକାରୀଙ୍କ ଠାରୁ ପୁଣି ଟଙ୍କା ଆଧାୟ କରିଥିବା ଅଭିଯୋଗ ହୋଇଥିଲା ।

ସେହି ଭଲି ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗାଁର କେତେକ ବ୍ୟକ୍ତିଙ୍କ ଠାରୁ ବଲରାମ ଶଗଡିଆ ନାମକ ଜଣେ ଯୁବକ ବ୍ଲକ କର୍ମୀଚାରୀଙ୍କ ନାଁ ଧରି ଆବାସ ହିତାଧିକାରୀ ପାଇଥିବା ପ୍ରୋସାହ୍ନ ରାଶିରୁ ଅଧା ଟଙ୍କା ନେଇଯାଇଥିଲେ।ହେଲେ ହିତାଧିକାରୀଙ୍କ ଠାରୁ ପ୍ରୋସାହ୍ନ ରାଶିରୁ ଅଧା ଟଙ୍କା ନେଇଥିବା କିଛି ଦିନ ପରେ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାରିତ ହୋଇଥିଲା ।

ଗଣମାଧ୍ୟମରେ ପ୍ରସାର ପ୍ରଚାରିତ ହୋଇଥିବା ଖବର ଶୁଣି ବଲରାମ ହିତାଧିକାରୀଙ୍କ ଘରକୁ ଯାଇ ଧମକ ମଧ୍ୟ ଦେଇଥିବା ହିତାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।ପରେ ତା:୨୩/୦୫/୨୦୨୧ ରବିବାର ଦିନ ହିତାଧିକାରୀଙ୍କୁ ଡାକି ପ୍ରୋସାହ୍ନ ରାଶିରୁ  ଅଧା ଟଙ୍କା ନେଇଥିବା ହିତାଧିକାରୀଙ୍କୁ ଦେଇ ପୁଣି ଫେରାଇବାକୁ କିଛି ଦିନ ସମୟ ଦେଇଥିବା ହିତାଧିକାରୀ ସୂଚନା ଦେଇଛନ୍ତି । ଏଭଲି ଦଲାଲଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ  କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । (ପାଟଣାଗଡ଼,ରିପୋର୍ଟ /ଗୋରେଖନାଥ ବରିହା )

Exit mobile version