ମନ୍ତ୍ରୀ ତଥା ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, କଲୋନୀ ର ଅନ୍ତେବାସୀମାନଙ୍କୁ ସଚେତନତା କରିବା ପାଇଁ, ତେଜସ୍ଵୀନି ର ସହଯୋଗରେ ମାସ୍କ – ସାନିଟାଇଯର ଓ ଖାଦ୍ୟ ପୁଡିଆ ବାଣ୍ଟି  

ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୩ ଏବଂ ୬୭ ସ୍ଥିତ ଲିଙ୍ଗରାଜ ଓ ଗୋଖିବାବା ଲେପର୍ସି କଲୋନୀ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମହାମାରୀ କରୋନା ର ମୁକାବିଲା ପାଇଁ ଆଜି ଏହି ଦୁଇଟି କଲୋନୀ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କଲୋନୀ ର ଅନ୍ତେବାସୀମାନଙ୍କୁ ସଚେତନତା କରିବା ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର project level federation (PLF) ତେଜସ୍ଵୀନି ର ସହଯୋଗରେ ମାସ୍କ,

ସାନିଟାଇଯର ଓ ଖାଦ୍ୟ ପୁଡିଆ ବାଣ୍ଟି ଥିଲେ । ଆସନ୍ତା ଦିନରେ ଏହି କାର୍ଯ୍ୟକ୍ରମ ସମସ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ମାସ୍କ୍ ନିଶୁଳ୍କ ବଣ୍ଟନ  କରାଯିବା ସହିତ ମହିଳାମାନେ ସ୍ବାବଲମ୍ବୀ ହେବେ ବୋଲି ମନ୍ତ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତେଜସ୍ଵନୀର ସଭାନେତ୍ରୀ ମହାମାୟା ସ୍ୱାଇଁ,ୱାର୍ଡ ସଭାପତି ତପନ ରାଉତ, ପ୍ରସନ୍ନ ପରିଡ଼ା,ଜିତେନ୍ଦ୍ର ନନ୍ଦ,କୃଷ୍ଣ ସେଠୀ, ଅଷ୍ଫର୍ ଇକବାଲ, ନିହାର ରଞ୍ଜନ ଚମ୍ପତି,ଅମିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version